ବଲିଉଡ୍ ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ‘ସାମୁକ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନୂଆ ଜନର୍ ଓ ଚ୍ୟାଲେଞ୍ଜିଂ ଚରିତ୍ର ସହ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଯାଉଥିବା ଅକ୍ଷୟ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ଫିଲ୍ମର ପ୍ରଥମ ପର୍ଯ୍ୟାୟର ସୁଟିଂ ଲଣ୍ଡନରେ ଚାଲିଛି।ସୋସିଆଲ ମିଡିଆରେ ଅକ୍ଷୟ ସୁଟିଂ ସେଟ୍ରୁ ଏକ ଭିଡିଓ ସେୟାର କରି ନିଜ ନୂଆ ଚରିତ୍ର ବିଷୟରେ ସୂଚନା ଦେଇଛନ୍ତି। ଭିଡିଓରେ ସେ ଫର୍ମାଲ୍ ଲୁକ୍ରେ ନଜର ଆସିଛନ୍ତି। ଏଥିରେ ସେ ଭିବାନ୍ ଆହୁଜା ନାମକ ଚରିତ୍ରରେ ଅଭିନୟ କରୁଥିବା ଜଣାପଡ଼ିଛି। ଫିଲ୍ମର କାହାଣୀ ଓ ଚରିତ୍ରକୁ ନେଇ ନିର୍ମାତାଙ୍କ ପକ୍ଷରୁ ଏଯାଏ ଅଧିକ ତଥ୍ୟ ସାମ୍ନାକୁ ଆସିନାହିଁ।
ଅକ୍ଷୟଙ୍କ ଏହି ନୂଆ ପ୍ରକଳ୍ପ ଘୋଷଣା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଅଲଗା ଧରଣର ଭୂମିକାରେ ଅକ୍ଷୟଙ୍କୁ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି।ଏପଟେ ଅକ୍ଷୟଙ୍କ ଆଉ ଏକ ବଡ଼ ଫିଲ୍ମ ‘ହୈବାନ୍’ ମଧ୍ୟ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମରେ ଦୀର୍ଘ ସମୟ ପରେ ଅକ୍ଷୟ କୁମାର ଓ ସୈଫ୍ ଅଲୀ ଖାନଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ। ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ବୋମନ ଇରାନୀ, ସାୟାମୀ ଖେର ଓ ଶ୍ରୀୟା ପିଲଗାଁଓକର ମଧ୍ୟ ଅଭିନୟ କରୁଛନ୍ତି।
ଏହିଭଳି ଭାବେ ଅକ୍ଷୟଙ୍କ ଆଗାମୀ ପ୍ରୋଜେକ୍ଟକୁ ନେଇ ବଲିଉଡ୍ରେ ଚର୍ଚ୍ଚା ଜୋର ଧରିଛି। ‘ସାମୁକ୍’ର ନୂଆ ଚରିତ୍ର ଦର୍ଶକଙ୍କୁ କେତେ ଆକର୍ଷିତ କରିବ, ତାହା ଫିଲ୍ମ ରିଲିଜ୍ ପରେ ହିଁ ସ୍ପଷ୍ଟ ହେବ।
