ବାତ୍ୟାର ପ୍ରଭାବ ପରେ ସ୍ଥିତି ଅନୁଧ୍ୟାନ ସହ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ। ଗଞ୍ଜାମ ଜିଲ୍ଲାରେ ବାତ୍ୟା ପରବର୍ତ୍ତୀ ପରିସ୍ଥିତି ଓ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସୁବିଧା ସମ୍ପର୍କରେ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ। ଏହି କ୍ରମରେ ଜିଲ୍ଲାପାଳ ପୋଟଲାମପୁର …
Weather
ଅମଳ ସମୟରେ ଧାନ ଫସଲ ଉପରେ ଦାଉ ସାଧିଛି ପ୍ରକୃତିର ପ୍ରକୋପ। ଯେଉଁ ଜମିରେ ଦିନେ ସୁନାର ଫସଲ ଲହଡ଼ି ଭାଙ୍ଗୁଥିଲା, ଆଜି ସେହି ଜମିରେ ଲହଡ଼ି ଖେଳୁଛି ବର୍ଷା ପାଣି। ଚାରିଆଡ଼େ ଜଳମଗ୍ନ ଚାଷ ଜମି, ପାଣିରେ ବୁଡ଼ି ରହିଛି …
ଦ୍ରୁତ ଗତିରେ ଦୁର୍ବଳ ହେଉଛି ଅକଭାନ । ଏବେ ଗଭୀର ଅବପାତରେ ପରିଣତ ହୋଇଛି । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବ । ଏହା ପରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ ଅକଭାନ । ସ୍ଥଳଭାଗ ଛୁଇଁବା ପରେ …
ପୁରୀ ଉପକୂଳରେ ବାତ୍ୟା ଭୟ । ବେଳାଭୂମିରୁ ଚିଲିକା, ସବୁଠି ବଢ଼ିଲା ସତର୍କତା । ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ଏକାଧିକ ପଦକ୍ଷେପ । ନଭେମ୍ବର ୧୮ ତାରିଖରୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ …
ଓଡ଼ିଶା ଉପକୂଳରେ ବାତ୍ୟା ‘ଅକଭାନ୍’ର ପ୍ରଭାବ, ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ୍’କୁ ନେଇ ଉପକୂଳ ଅଞ୍ଚଳରେ ବଢ଼ିଛି ସତର୍କତା। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟାଟି ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେବା ପରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି।ଗୋପାଳପୁର ନିକଟବର୍ତ୍ତୀ ଉପକୂଳରେ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଇଏମ୍ଡି ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକ୍ରିୟା ପ୍ରାୟ ତିନି ଘଣ୍ଟା ଧରି ଚାଲିବାର ଆକଳନ କରାଯାଇଛି।ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟାର ଗତି ଘଣ୍ଟାପ୍ରତି ପ୍ରାୟ ୨୧ କିଲୋମିଟର ରହିଛି। ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏଥିସହ ଉତ୍ତର ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି।ଜନସୁରକ୍ଷାକୁ ପ୍ରାଥମିକତା, ପ୍ରଶାସନର ବ୍ୟାପକ ପ୍ରସ୍ତୁତିବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ବିପଦପ୍ରବଣ ଅଞ୍ଚଳରୁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯାଇଥିବା ସୂଚନା ରହିଛି।ବାତ୍ୟାର ପ୍ରଭାବ ସମ୍ପୂର୍ଣ୍ଣ ହ୍ରାସ ନପାଇବା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସୁରକ୍ଷିତ ପକ୍କା ଘର କିମ୍ବା ବାତ୍ୟା ଆଶ୍ରୟସ୍ଥଳୀରେ ରହିବାକୁ ପ୍ରଶାସନ ଅନୁରୋଧ କରିଛି।ସେପଟେ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ଲାଗି ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବିଭାଗର ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ଉଦ୍ଧାର କାର୍ଯ୍ୟ, ରାସ୍ତାରୁ ଗଛ ହଟାଇବା ଏବଂ ଜରୁରୀ ସେବା ପୁନଃସ୍ଥାପନ ଉପରେ ପ୍ରଶାସନର ନଜର ରହିଛି।ସମଗ୍ର ସ୍ଥିତି ଉପରେ ପାଣିପାଗ ବିଭାଗ ଓ ପ୍ରଶାସନ ନିରନ୍ତର ନଜର ରଖିଥିବା ବେଳେ ଜନସାଧାରଣଙ୍କୁ ସରକାରୀ ସତର୍କ ସୂଚନା ପାଳନ କରିବାକୁ ଅନୁରୋଧ କରାଯାଇଛି।
ବାତ୍ୟାର ଭୟ… ଚାରିଆଡ଼େ ଆଶଙ୍କା… ଆଉ ଏହାରି ଭିତରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଜୋରଦାର ପ୍ରସ୍ତୁତି। ବାତ୍ୟା ଅକୱାନକୁ ମୁକାବିଲା କରିବା ପାଇଁ ସତର୍କ ରହିଛନ୍ତି ରାଜ୍ୟ ସରକାର। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଆଖି ଆଗରେ ରଖି ଲୋକଙ୍କ ସୁରକ୍ଷାକୁ ଦିଆଯାଇଛି …
ବାତ୍ୟା ‘ଅକ୍ଭାନ୍’କୁ ନେଇ ଓଡ଼ିଶାରେ ଚିନ୍ତା ବଢ଼ିଲାପବନ ଅପେକ୍ଷା ବର୍ଷାର ପ୍ରଭାବ ଅଧିକ, ଅନେକ ଜିଲ୍ଲାକୁ ସତର୍କ ସୂଚନାଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକ୍ଭାନ୍’କୁ ନେଇ ଓଡ଼ିଶାରେ ସତର୍କତା ବଢ଼ିଛି। ବାତ୍ୟାର ଗତିପଥରେ ପରିବର୍ତ୍ତନ ହେଉଥିବାରୁ ପାଣିପାଗ ବିଭାଗର ନଜର ଏହା ଉପରେ ରହିଛି। ଗୋପାଳପୁର, ପୁରୀ ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟ ସମୁଦ୍ର ଅଞ୍ଚଳରେ ବାତ୍ୟାର ପ୍ରଭାବ ଅନୁଭୂତ ହେଉଛି।ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇ ଶୁକ୍ରବାର ମଧ୍ୟାହ୍ନ ସମୟରେ ଗୋପାଳପୁର ନିକଟବର୍ତ୍ତୀ ସମୁଦ୍ର ଅଞ୍ଚଳ ଦେଇ ଗତି କରିପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିବା ସହ ଝଟକାରେ ୯୦ କିଲୋମିଟର ଛୁଇଁବାର ଆଶଙ୍କା ରହିଛି।ତେବେ ବାତ୍ୟାର ସବୁଠାରୁ ବଡ଼ ଚିନ୍ତା ହେଉଛି ପ୍ରବଳ ବର୍ଷା। ଦକ୍ଷିଣ ଓଡ଼ିଶାଠାରୁ ଆରମ୍ଭ କରି ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଅନେକ ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ। କେତେକ ଅଞ୍ଚଳରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ଆଶଙ୍କା ଥିବାରୁ ନଦୀନାଳର ଜଳସ୍ତର ବୃଦ୍ଧି ଏବଂ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଉପୁଜିପାରେ।ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଭଳି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଅରେଞ୍ଜ ଓ ୟେଲୋ ଆଲର୍ଟ ରହିଛି।ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ପୁରୀ ଓ ଗୋପାଳପୁରରେ ଉଚ୍ଚସ୍ତରୀୟ ବିପଦ ସଙ୍କେତ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳ ଅଞ୍ଚଳରେ ପବନ ଓ ବର୍ଷା ଜାରି ରହିବାର ସମ୍ଭାବନା ରହିଛି।ସୁରକ୍ଷା ଦୃଷ୍ଟିରୁ ଅନେକ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି।ବାତ୍ୟାର ଗତି କମିଲେ ମଧ୍ୟ ବର୍ଷାର ପ୍ରଭାବ ଜାରି ରହିପାରେ। ତେଣୁ ଅଯଥାରେ ଘରୁ ବାହାରକୁ ନଯିବା, ନଦୀ ଓ ସମୁଦ୍ର ନିକଟକୁ ନଯିବା ଏବଂ ପ୍ରଶାସନ ଓ ପାଣିପାଗ ବିଭାଗର ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ।
ବାତ୍ୟା ‘ଅକୱାନ୍’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ତୁହାକୁ ତୁହା ବର୍ଷା। ଅଶାନ୍ତ ହୋଇପଡ଼ିଛି ସମୁଦ୍ର। ବାତ୍ୟାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଆଲର୍ଟ ମୋଡ୍ରେ ରହିଛି ପ୍ରଶାସନ। ପୁରୀଠାରୁ କେନ୍ଦ୍ରାପଡ଼ା ଓ ଗଞ୍ଜାମ ପର୍ଯ୍ୟନ୍ତ ସବୁଠି ଜୋରଦାର …
ଆସନ୍ତାକାଲି ପ୍ରବଳ ବର୍ଷା ଆଶଙ୍କା। ବାତ୍ୟା ସହ ସମ୍ଭାବ୍ୟ ବନ୍ୟାକୁ ନେଇ ଆଲର୍ଟ ମୋଡ୍ରେ ରାଜ୍ୟ ସରକାର। ରାଜ୍ୟର ୭ଟି ପ୍ରମୁଖ ନଦୀ ଉପରେ ରଖାଯାଇଛି କଡ଼ା ନଜର। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆଗୁଆ ସତର୍କ …
ବାତ୍ୟା ‘ଆକୱାନ୍’କୁ ନେଇ ଆକ୍ସନ୍ ମୋଡ୍ରେ ରାଜ୍ୟ ସରକାର। ପୁରୀ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉଦ୍ଧାର, ଥଇଥାନ ଓ ରିଲିଫ୍ କାର୍ଯ୍ୟକୁ ନେଇ ପ୍ରଶାସନକୁ ଦେଲେ କଡ଼ା ନିର୍ଦ୍ଦେଶ। ବାତ୍ୟାରେ ଯେପରି ଜଣେ …
