Home SPORTSଆଫ୍‌ଗାନିସ୍ତାନ ବିପକ୍ଷ ସିରିଜ୍‌ ପରେ ଭାରତୀୟ ଖେଳାଳିଙ୍କ ରାଙ୍କିଂରେ ଉନ୍ନତି

ଆଫ୍‌ଗାନିସ୍ତାନ ବିପକ୍ଷ ସିରିଜ୍‌ ପରେ ଭାରତୀୟ ଖେଳାଳିଙ୍କ ରାଙ୍କିଂରେ ଉନ୍ନତି

by Sunita Jena
0 comments

ଆଫ୍‌ଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତୀୟ ଖେଳାଳିଙ୍କ ପ୍ରଭାବଶାଳୀ ପ୍ରଦର୍ଶନର ପ୍ରଭାବ ଆଇସିସି ଟି-୨୦ ମାନ୍ୟତାରେ ଦେଖିବାକୁ ମିଳିଛି। ନୂଆ ରାଙ୍କିଂରେ ବ୍ୟାଟିଂ ଓ ବୋଲିଂ ଉଭୟ ବିଭାଗରେ ଏକାଧିକ ଭାରତୀୟ ଖେଳାଳି ଉପରକୁ ଉଠିଛନ୍ତି। ବ୍ୟାଟିଂ ରାଙ୍କିଂରେ ଈଶାନ କିଶନ ନିଜ ଶୀର୍ଷ ସ୍ଥାନକୁ ବଜାୟ ରଖିଛନ୍ତି। ସେପଟେ ଅଭିଷେକ ଶର୍ମା ଗୋଟିଏ ସ୍ଥାନ ଉନ୍ନତି କରି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଆଫ୍‌ଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୮୨ ରନ୍‌ର ଇନିଂସ୍‌ ଖେଳିଥିବା ଅଭିଷେକଙ୍କ ପ୍ରଦର୍ଶନ ତାଙ୍କ ରାଙ୍କିଂ ଉନ୍ନତିରେ ସହାୟକ ହୋଇଛି। ତାଙ୍କ ଉନ୍ନତି ଯୋଗୁଁ ପାକିସ୍ତାନର ସାହିବଜାଦା ଫର୍‌ହାନ୍‌ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି।

ଅନ୍ୟପଟେ ତିଳକ ବର୍ମାଙ୍କ ରାଙ୍କିଂରେ ଗୋଟିଏ ସ୍ଥାନ ହ୍ରାସ ପାଇଛି। ସେ ବର୍ତ୍ତମାନ ଅଷ୍ଟମ ସ୍ଥାନରେ ରହିଛନ୍ତି। ବୋଲିଂ ବିଭାଗରେ ମଧ୍ୟ ଭାରତୀୟ ଖେଳାଳିଙ୍କ ରାଙ୍କିଂରେ ଉଲ୍ଲେଖନୀୟ ଉନ୍ନତି ହୋଇଛି। ବରୁଣ ଚକ୍ରବର୍ତ୍ତୀ ଦୁଇଟି ସ୍ଥାନ ଉପରକୁ ଉଠି ଶୀର୍ଷ ୫ ମଧ୍ୟରେ ସାମିଲ ହୋଇ ପଞ୍ଚମ ସ୍ଥାନ ଦଖଲ କରିଛନ୍ତି। ଯଶପ୍ରୀତ ବୁମ୍‌ରା ମଧ୍ୟ ରାଙ୍କିଂରେ ସାତଟି ସ୍ଥାନର ବଡ଼ ଲମ୍ଫ ଦେଇ ଦଶମ ସ୍ଥାନରେ ପହଞ୍ଚିଛନ୍ତି।

ଭାରତର ଅନ୍ୟତମ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ରାଙ୍କିଂରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ସେ ୧୧ଟି ସ୍ଥାନ ଉପରକୁ ଉଠି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଅକ୍ଷର ପଟେଲ ମଧ୍ୟ ଉନ୍ନତି କରି ୨୭ତମ ସ୍ଥାନରେ ରହିଛନ୍ତି। ଆଫ୍‌ଗାନିସ୍ତାନ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ପରେ ଆଇସିସିର ସଦ୍ୟ ମାନ୍ୟତାରେ ଏହି ପରିବର୍ତ୍ତନ ଦେଖାଯାଇଛି।

You may also like

Leave a Comment