Home » Blog » ବାତ୍ୟା ନାଁରେ ଓଡ଼ିଆ ଫିଲ୍ମ ‘ଲ୍ୟାଣ୍ଡଫଲ୍’, ସବ୍ୟସାଚୀଙ୍କ ସହ ନଜର ଆସିବେ ଦିବ୍ୟାସ୍ନାତା

ବାତ୍ୟା ନାଁରେ ଓଡ଼ିଆ ଫିଲ୍ମ ‘ଲ୍ୟାଣ୍ଡଫଲ୍’, ସବ୍ୟସାଚୀଙ୍କ ସହ ନଜର ଆସିବେ ଦିବ୍ୟାସ୍ନାତା

by Sunita Jena
0 comments

ଓଲିଉଡ୍‌ରେ ଆସୁଛି ଆଉ ଏକ ନୂଆ ସିନେମା। ଯାହାର ନାଁ ରହିଛି ‘ଲ୍ୟାଣ୍ଡଫଲ୍’। ବର୍ତ୍ତମାନ ବାତ୍ୟା ‘ଅକଭାନ୍’କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ଫିଲ୍ମର ଟାଇଟଲ୍ ମଧ୍ୟ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି। ବିଶେଷ କଥା ହେଉଛି, ଏହି ଚଳଚ୍ଚିତ୍ରର କାହାଣୀ ବାତ୍ୟା ଓ ଲ୍ୟାଣ୍ଡଫଲ୍‌ର ପୃଷ୍ଠଭୂମିକୁ ନେଇ ଗତିଶୀଳ।

ଏହି ସିନେମାରେ ଓଲିଉଡ୍ ଅଭିନେତା ସବ୍ୟସାଚୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବେ ଦର୍ଶକ। ତାଙ୍କ ସହ ନାୟିକା ଭାବେ ଅଭିନୟ କରିବେ ଦିବ୍ୟାସ୍ନାତା। ପ୍ରଥମ ଥର ପାଇଁ ଏହି ନୂଆ ଯୋଡ଼ି ପରଦାରେ ଏକାଠି ନଜର ଆସିବେ। ପୂର୍ବରୁ ଦିବ୍ୟାସ୍ନାତା ‘ତିତଲି’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

‘ଦମନ’ ଚଳଚ୍ଚିତ୍ର ପାଇଁ ପରିଚିତ ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ପିକ୍ସେଲ ମୁଭିଜ୍ ପକ୍ଷରୁ ନିବେଦିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱରେ ଥିଲେ ପ୍ରଭାତ କୁମାର ପ୍ରଧାନ। ସଙ୍ଗୀତର ଦାୟିତ୍ୱ ଗୌରବ ଆନନ୍ଦ ନେଇଥିବା ବେଳେ ସିନେମାଟୋଗ୍ରାଫି କରିଛନ୍ତି ପ୍ରତାପ ରାଉତ।

ଫିଲ୍ମର ସୁଟିଂ କାମ ଶେଷ ହୋଇଥିବା ବେଳେ ଏବେ ପୋଷ୍ଟ ପ୍ରଡକ୍ସନ୍ ପର୍ଯ୍ୟାୟର କାମ ଚାଲିଛି। ତେବେ ଏହି ସିନେମା ସହ ଜଡ଼ିତ ଏକ ଦୁଃଖଦ ଖବର ମଧ୍ୟ ସାମ୍ନାକୁ ଆସିଛି। ପ୍ରଯୋଜକ ପ୍ରଭାତ କୁମାର ପ୍ରଧାନଙ୍କର ଅକାଳ ବିୟୋଗ ଘଟିଛି। ତାଙ୍କ ବିୟୋଗ ପରେ ଫିଲ୍ମର ପରବର୍ତ୍ତୀ କାର୍ଯ୍ୟ ଓ ମୁକ୍ତିଲାଭକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ଏବେ ଦର୍ଶକଙ୍କ ଅପେକ୍ଷା, କେବେ ବଡ଼ ପରଦାକୁ ଆସିବ ‘ଲ୍ୟାଣ୍ଡଫଲ୍’ ଏବଂ ସବ୍ୟସାଚୀ-ଦିବ୍ୟାସ୍ନାତାଙ୍କ ନୂଆ ଯୋଡ଼ି କେତେ ମନ ଜିଣିବାରେ ସଫଳ ହେବ।

You may also like

Leave a Comment