ଦ୍ରୁତ ଗତିରେ ଦୁର୍ବଳ ହେଉଛି ଅକଭାନ । ଏବେ ଗଭୀର ଅବପାତରେ ପରିଣତ ହୋଇଛି । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବ । ଏହା ପରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ ଅକଭାନ । ସ୍ଥଳଭାଗ ଛୁଇଁବା ପରେ …
Tag:
Landfall
Weather
ଓଡ଼ିଶା ଉପକୂଳରେ ବାତ୍ୟା ‘ଅକଭାନ୍’ର ପ୍ରଭାବ, ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ୍’କୁ ନେଇ ଉପକୂଳ ଅଞ୍ଚଳରେ ବଢ଼ିଛି ସତର୍କତା। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟାଟି ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେବା ପରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି।ଗୋପାଳପୁର ନିକଟବର୍ତ୍ତୀ ଉପକୂଳରେ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଇଏମ୍ଡି ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକ୍ରିୟା ପ୍ରାୟ ତିନି ଘଣ୍ଟା ଧରି ଚାଲିବାର ଆକଳନ କରାଯାଇଛି।ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟାର ଗତି ଘଣ୍ଟାପ୍ରତି ପ୍ରାୟ ୨୧ କିଲୋମିଟର ରହିଛି। ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏଥିସହ ଉତ୍ତର ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି।ଜନସୁରକ୍ଷାକୁ ପ୍ରାଥମିକତା, ପ୍ରଶାସନର ବ୍ୟାପକ ପ୍ରସ୍ତୁତିବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ବିପଦପ୍ରବଣ ଅଞ୍ଚଳରୁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯାଇଥିବା ସୂଚନା ରହିଛି।ବାତ୍ୟାର ପ୍ରଭାବ ସମ୍ପୂର୍ଣ୍ଣ ହ୍ରାସ ନପାଇବା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସୁରକ୍ଷିତ ପକ୍କା ଘର କିମ୍ବା ବାତ୍ୟା ଆଶ୍ରୟସ୍ଥଳୀରେ ରହିବାକୁ ପ୍ରଶାସନ ଅନୁରୋଧ କରିଛି।ସେପଟେ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ଲାଗି ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବିଭାଗର ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ଉଦ୍ଧାର କାର୍ଯ୍ୟ, ରାସ୍ତାରୁ ଗଛ ହଟାଇବା ଏବଂ ଜରୁରୀ ସେବା ପୁନଃସ୍ଥାପନ ଉପରେ ପ୍ରଶାସନର ନଜର ରହିଛି।ସମଗ୍ର ସ୍ଥିତି ଉପରେ ପାଣିପାଗ ବିଭାଗ ଓ ପ୍ରଶାସନ ନିରନ୍ତର ନଜର ରଖିଥିବା ବେଳେ ଜନସାଧାରଣଙ୍କୁ ସରକାରୀ ସତର୍କ ସୂଚନା ପାଳନ କରିବାକୁ ଅନୁରୋଧ କରାଯାଇଛି।
by Sunita Jena
Entertainment
ବାତ୍ୟା ନାଁରେ ଓଡ଼ିଆ ଫିଲ୍ମ ‘ଲ୍ୟାଣ୍ଡଫଲ୍’, ସବ୍ୟସାଚୀଙ୍କ ସହ ନଜର ଆସିବେ ଦିବ୍ୟାସ୍ନାତା
by Sunita Jena
ଓଲିଉଡ୍ରେ ଆସୁଛି ଆଉ ଏକ ନୂଆ ସିନେମା। ଯାହାର ନାଁ ରହିଛି ‘ଲ୍ୟାଣ୍ଡଫଲ୍’। ବର୍ତ୍ତମାନ ବାତ୍ୟା ‘ଅକଭାନ୍’କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ଫିଲ୍ମର ଟାଇଟଲ୍ ମଧ୍ୟ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି। ବିଶେଷ କଥା ହେଉଛି, ଏହି ଚଳଚ୍ଚିତ୍ରର …
ଓଡ଼ିଶା ଉପକୂଳ ପାଇଁ ବଢ଼ିଲା ବାତ୍ୟା ବିପଦ! ଗତିପଥ ବଦଳାଇ ଓଡ଼ିଶା ମୁହାଁ ହେଉଛି ଭୀଷଣ ବାତ୍ୟା ‘ଅକଭାନ୍’। ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା। ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ …
