Home SPORTSଫ୍ରେଣ୍ଡ୍‌ଲି ମ୍ୟାଚ୍‌ରେ ବିଜୟ ସହ ଭାରତୀୟ ଦଳର ସକାରାତ୍ମକ ଆରମ୍ଭ।

ଫ୍ରେଣ୍ଡ୍‌ଲି ମ୍ୟାଚ୍‌ରେ ବିଜୟ ସହ ଭାରତୀୟ ଦଳର ସକାରାତ୍ମକ ଆରମ୍ଭ।

by Lokanath Panigrahi
0 comments

ଭାରତର ୨୦ ବର୍ଷରୁ କମ୍‌ ଯୁବ ଫୁଟବଲ୍‌ ଦଳ ସିଙ୍ଗାପୁର ବିପକ୍ଷ ପ୍ରଥମ ଫ୍ରେଣ୍ଡ୍‌ଲି ମ୍ୟାଚ୍‌ରେ ୩-୦ ଗୋଲ୍‌ରେ ଦମଦାର ବିଜୟ ହାସଲ କରିଛି। ସୋମବାର ରାତିରେ ବେଙ୍ଗାଲୁରୁର ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା।

ପ୍ରଥମାର୍ଧର ଅତିରିକ୍ତ ସମୟ (୪୫+୨ ମିନିଟ୍‌)ରେ ରିଶି ସିଂହ ନିଙ୍ଗଥୋଖୋଙ୍ଗଜାମ ପ୍ରଥମ ଗୋଲ୍‌ କରି ଭାରତକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଧର ୬୩ତମ ମିନିଟ୍‌ରେ ସିଙ୍ଗାମୟୁମ ସାମି ଆଉ ଏକ ଗୋଲ୍‌ କରି ବ୍ୟବଧାନ ବଢ଼ାଇଥିଲେ। ଏହା ସହ ସିଙ୍ଗାପୁରର ଜଣେ ଖେଳାଳିଙ୍କ ଆତ୍ମଘାତୀ ଗୋଲ୍‌ ଯୋଗୁଁ ଭାରତର ଗୋଲ୍‌ ସଂଖ୍ୟା ୩ରେ ପହଞ୍ଚିଥିଲା।

ଏହି ଫ୍ରେଣ୍ଡ୍‌ଲି ମ୍ୟାଚ୍‌ ଆଗାମୀ ଏଏଫସି ଅଣ୍ଡର-୨୦ ଏସିଆନ୍‌ କପ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ଦଳର ପ୍ରସ୍ତୁତିର ଅଂଶ। ଉଭୟ ଦଳ ଗୁରୁବାର ପୁଣି ଥରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌ରେ ମୁହାଁମୁହିଁ ହେବେ।

ସୂଚନାଯୋଗ୍ୟ, ଏଏଫସି ଅଣ୍ଡର-୨୦ ଏସିଆନ୍‌ କପ୍‌ ଯୋଗ୍ୟତା ପର୍ଯ୍ୟାୟ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଉଜବେକିସ୍ତାନରେ ଆୟୋଜିତ ହେବ। ପ୍ରଥମ ଫ୍ରେଣ୍ଡ୍‌ଲିରେ ମିଳିଥିବା ଏହି ବିଜୟ ଭାରତୀୟ ଯୁବ ଦଳର ଆତ୍ମବିଶ୍ୱାସକୁ ନିଶ୍ଚିତ ଭାବେ ବଢ଼ାଇଛି।

You may also like

Leave a Comment