ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଗୋଡ଼ ହରାଇଥିଲେ କେହି, ଦୁର୍ଘଟଣାରେ ଅଙ୍ଗ ହରାଇଥିଲେ ଆଉ କେହି। କେହି ନିଜ ସ୍ୱପ୍ନକୁ ବଞ୍ଚାଇ ରଖିବା ପାଇଁ ଅଟୋ ରିକ୍ସା ବିକ୍ରି କରିଥିଲେ, ତ ଆଉ କେହି ଦାରିଦ୍ର୍ୟ ଓ ଶାରୀରିକ ପ୍ରତିବନ୍ଧକକୁ ପଛରେ ପକାଇ ବିଶ୍ୱ ମଞ୍ଚରେ ଭାରତର ଗୌରବ ବଢ଼ାଇଛନ୍ତି। ଗ୍ଲାସଗୋରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ରେ ଭାରତୀୟ ପାରା ଖେଳାଳିଙ୍କ ପ୍ରଦର୍ଶନ କେବଳ ପଦକର କାହାଣୀ ନୁହେଁ, ବରଂ ସାହସ, ସଂଘର୍ଷ ଓ ଅଦମ୍ୟ ଇଚ୍ଛାଶକ୍ତିର ଏକ ପ୍ରେରଣାଦାୟକ ଅଧ୍ୟାୟ।
୨୮ ଜଣିଆ ଭାରତୀୟ ପାରା ଦଳ ଏଥର ମୋଟ ୭ଟି ପଦକ ଜିତି ଇତିହାସ ସୃଷ୍ଟି କରିଛି। ଏଥିରେ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ରହିଛି। ବିଶେଷ କଥା ହେଉଛି, ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୂର୍ବ ସମସ୍ତ ସଂସ୍କରଣରେ ଭାରତ ଯେତିକି ପାରା ପଦକ ଜିତିଥିଲା, ଗ୍ଲାସଗୋରେ ସେତିକି ପଦକ ଏକାଥରେ ହାସଲ କରିଛି। ଏହା ଭାରତର ସର୍ବଶ୍ରେଷ୍ଠ ପାରା କ୍ରୀଡ଼ା ପ୍ରଦର୍ଶନ ଭାବେ ରେକର୍ଡ ସୃଷ୍ଟି କରିଛି।
ଭାରତୀୟ ସେନାର ଦୁଇ ଖେଳାଳି ସୋମନ ରାଣା ଓ ଶୁଭମ ଜୁୟାଲ ଏଫ୍-୫୭ ସଟ୍ପୁଟ୍ରେ ଭାରତକୁ ଅଭୂତପୂର୍ବ ସଫଳତା ଦେଇଛନ୍ତି। ଲାଇନ୍ ଅଫ୍ କଣ୍ଟ୍ରୋଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡାହାଣ ଗୋଡ଼ ହରାଇଥିବା ସୋମନ ରାଣା ୧୩.୪୦ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ୪୩ ବର୍ଷ ବୟସରେ ତାଙ୍କର ଏହି ସଫଳତା ସମସ
