Home SPORTSଜୁନିୟର ଏସିଆ କପ୍‌ରେ ଭାରତ ଦଳରେ ଓଡ଼ିଶାର ୭ ଖେଳାଳି

ଜୁନିୟର ଏସିଆ କପ୍‌ରେ ଭାରତ ଦଳରେ ଓଡ଼ିଶାର ୭ ଖେଳାଳି

by Lokanath Panigrahi
0 comments

ଆଗାମୀ ଏଏଚଏଫ୍ କନିଷ୍ଠ ଏସିଆ କପ୍ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଓଡ଼ିଶାର ଡିଫେଣ୍ଡର ଅନମୋଲ ଏକ୍କାଙ୍କୁ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି। ଚୀନ୍‌ରେ ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ।

୧୮ ଜଣିଆ ଭାରତୀୟ ଜୁନିୟର ଦଳରେ ଓଡ଼ିଶାର ୭ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏଥିରେ ଗୋଲକିପର ବିବେକ ଲାକ୍ରା, ଡିଫେଣ୍ଡର ଅନମୋଲ ଏକ୍କା, ରୋହିତ କୁଲୁ ଓ ସଞ୍ଜିତ ତିର୍କି, ମିଡ୍‌ଫିଲ୍ଡର ଆଦ୍ରୋହିତ ଏକ୍କା, ଫରୱାର୍ଡ ଖେଳାଳି ଆର୍ଯ୍ୟନ ଖେସ୍‌ ଏବଂ ଅଲ୍‌ଟର୍ନେଟ୍‌ ଭାବେ ରିତିକ ଲାକ୍ରା ରହିଛନ୍ତି।ଦଳ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରରେ ପ୍ରସ୍ତୁତି ଜାରି ରଖିଛି। ନୂଆ ପ୍ରଶିକ୍ଷକ ଫ୍ରେଡେରିକ୍‌ ସୋୟେଜଙ୍କ ନିର୍ଦ୍ଦେଶନାରେ ଖେଳାଳିମାନେ କଠୋର ଅଭ୍ୟାସ କରୁଛନ୍ତି।

ଭାରତୀୟ ଦଳରେ ଗୋଲକିପର ଭାବେ ବିବେକ ଲାକ୍ରା ଓ କୁନାଲ ତିୱାତିଆ ରହିଥିବାବେଳେ ଡିଫେନ୍ସ ବିଭାଗରେ ଅନମୋଲ ଏକ୍କାଙ୍କ ସହ ରୋହିତ କୁଲୁ, ଚିରାଗ, ରବିନ୍ଦର, ଅଶୁ ମୌର୍ଯ୍ୟ, ସଞ୍ଜିତ ତିର୍କି ଓ ସୁଖବିନ୍ଦର ସ୍ଥାନ ପାଇଛନ୍ତି। ମିଡ୍‌ଫିଲ୍ଡରେ ଆଦ୍ରୋହିତ ଏକ୍କାଙ୍କ ସହ ହରପାଲ୍‌, ଜିତପାଲ୍‌ ଓ ମନମୀତ ସିଂହ ରାଇ ରହିଛନ୍ତି।

ଫରୱାର୍ଡ ବିଭାଗରେ ଅଜିତ ଯାଦବ, ପ୍ରଭଦୀପ ସିଂହ, ଗୁରସେବକ ସିଂହ ଓ ଆର୍ଯ୍ୟନ ଖେସ୍‌ଙ୍କୁ ସାମିଲ କରାଯାଇଛି। ଏହି ଦଳ ଏସିଆ କପ୍‌ରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ।

You may also like

Leave a Comment