Home Entertainmentଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି କିଆରା ଆଡଭାନୀ, ସିଦ୍ଧାର୍ଥଙ୍କ ସହ ସେୟାର କଲେ ଖୁସି ଖବର

ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି କିଆରା ଆଡଭାନୀ, ସିଦ୍ଧାର୍ଥଙ୍କ ସହ ସେୟାର କଲେ ଖୁସି ଖବର

by Sunita Jena
0 comments

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ପରିବାରକୁ ଆସିବାକୁ ଯାଉଛି ଆଉ ଜଣେ ନୂଆ ସଦସ୍ୟ। ଏହି ଦମ୍ପତି ଦ୍ୱିତୀୟ ସନ୍ତାନର ଆଗମନ ନେଇ ସୋସିଆଲ ମିଡିଆରେ ଖୁସି ଖବର ଦେଇଛନ୍ତି। ବୁଧବାର ସକାଳେ କିଆରା ଓ ସିଦ୍ଧାର୍ଥ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏନେଇ ପୋଷ୍ଟ କରିଥିଲେ। ଖବର ପ୍ରକାଶ ପାଇବା ପରେ ଦମ୍ପତିଙ୍କ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଲିଉଡ୍‌ର ଅନେକ କଳାକାର ଓ ଚଳଚ୍ଚିତ୍ର ଜଗତର ବ୍ୟକ୍ତିତ୍ୱ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ମଧ୍ୟ ଦମ୍ପତିଙ୍କ ଖୁସିରେ ସାମିଲ ହୋଇ ଶୁଭକାମନା ଜଣାଇଛନ୍ତି।

ପୂର୍ବରୁ ଗତ ବର୍ଷ ଜୁଲାଇ ୧୫ରେ କିଆରା ଓ ସିଦ୍ଧାର୍ଥ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ। ଶିଶୁଟିର ଜନ୍ମ ନିର୍ଦ୍ଧାରିତ ସମୟଠାରୁ କିଛି ଆଗରୁ ହୋଇଥିବା ଜଣାପଡ଼ିଥିଲା। ପ୍ରସବ ସମୟରେ କିଆରାଙ୍କୁ ମୁମ୍ବାଇର ଗିରଗାଓଁସ୍ଥିତ ଏଚ୍‌ଏନ୍ ରିଲାଏନ୍ସ ହସ୍ପିଟାଲକୁ ନିଆଯାଇଥିଲା। ଏହା ପୂର୍ବରୁ ମେଟ୍ ଗାଲାରେ କିଆରା ନିଜ ଗର୍ଭଧାରଣକୁ ନେଇ ସାର୍ବଜନୀନ ଭାବେ ସଙ୍କେତ ଦେଇଥିଲେ।

କିଆରା ଆଡଭାନୀଙ୍କ ଚଳଚ୍ଚିତ୍ର ଯାତ୍ରା ‘ଫଗଲି’ରୁ ଆରମ୍ଭ ହୋଇଥିଲା। ପରେ ‘M.S. Dhoni: The Untold Story’ ଓ ‘Kabir Singh’ ଭଳି ସିନେମା ତାଙ୍କୁ ଦର୍ଶକଙ୍କ ମଧ୍ୟରେ ବେଶ୍‌ ପରିଚିତ କରାଇଥିଲା। ଏହି ଫିଲ୍ମଗୁଡ଼ିକରେ ତାଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା ମିଳିଥିଲା। ପରବର୍ତ୍ତୀ ସମୟରେ ସେ ବଲିଉଡ୍‌ର ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଭାବେ ନିଜ ସ୍ଥାନ ମଜବୁତ କରିଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ‘ଟକ୍ସିକ୍’ ଫିଲ୍ମରେ ମଧ୍ୟ କିଆରା ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କୁ ଦକ୍ଷିଣ ଭାରତୀୟ ସୁପରଷ୍ଟାର ୟଶଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବାର ସୁଯୋଗ ମିଳିଥିଲା।

You may also like

Leave a Comment