Home Nationalବିକ୍ଷୋଭ ମଧ୍ୟରେ CEC ଜ୍ଞାନେଶ କୁମାରଙ୍କ ସୁରକ୍ଷା କଡ଼ାକଡ଼ି

ବିକ୍ଷୋଭ ମଧ୍ୟରେ CEC ଜ୍ଞାନେଶ କୁମାରଙ୍କ ସୁରକ୍ଷା କଡ଼ାକଡ଼ି

by Lokanath Panigrahi
0 comments

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇଛି। ତାଙ୍କ ବିରୋଧରେ ବିଭିନ୍ନ ବିରୋଧୀ ଦଳ ଓ କର୍ମୀଙ୍କ ବିକ୍ଷୋଭ ଜାରି ରହିଥିବା ବେଳେ ସୁରକ୍ଷା ସମ୍ପର୍କିତ ଗୁଇନ୍ଦା ଇନପୁଟ୍‌କୁ ଆଧାର କରି ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

ଜ୍ଞାନେଶ କୁମାରଙ୍କ ଦିଲ୍ଲୀସ୍ଥିତ ଆବାସ ଓ କାର୍ଯ୍ୟାଳୟରେ ଅତିରିକ୍ତ ପୁଲିସ ବଳ ମୁତୟନ କରାଯାଇଛି। ଏଥିସହ ଉତ୍ତରପ୍ରଦେଶର ଆଗ୍ରାରେ ଥିବା ତାଙ୍କ ପୈତୃକ ଘରର ସୁରକ୍ଷାକୁ ମଧ୍ୟ ବଢ଼ାଇ ଦିଆଯାଇଛି। ଆବଶ୍ୟକତା ଅନୁସାରେ ଅର୍ଦ୍ଧସାମରିକ ବଳର ମୁତୟନ ବୃଦ୍ଧି କରାଯିବାର ସୂଚନା ମିଳିଛି।

ବର୍ତ୍ତମାନ ଜ୍ଞାନେଶ କୁମାରଙ୍କୁ Z+ ସୁରକ୍ଷା କଭର ମିଳୁଛି। ଏହା ଅଧୀନରେ ତାଙ୍କ ଆବାସ, ଯାତାୟାତ ଓ ସର୍ବସାଧାରଣ କାର୍ଯ୍ୟକ୍ରମ ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରହିଥାଏ। ଏବେ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ସୁରକ୍ଷା ବଳୟକୁ ଆହୁରି କଡ଼ା କରାଯାଇଛି।

ସୂଚନା ଅନୁସାରେ, Z+ ସୁରକ୍ଷା ବ୍ୟବସ୍ଥାରେ ଅନେକ ସୁରକ୍ଷାକର୍ମୀ ପାଳିକ୍ରମେ ଦାୟିତ୍ୱ ତୁଲାଇଥାନ୍ତି। ଜ୍ଞାନେଶ କୁମାରଙ୍କୁ ନେଇ ସୃଷ୍ଟି ହୋଇଥିବା ବିରୋଧ ଓ ଆନ୍ଦୋଳନ ମଧ୍ୟରେ ସମ୍ଭାବ୍ୟ ସୁରକ୍ଷା ଆଶଙ୍କାକୁ ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।

ଗୁଇନ୍ଦା ରିପୋର୍ଟ, ବିରୋଧୀଙ୍କ ବିକ୍ଷୋଭ ଏବଂ ସୁରକ୍ଷା ଆଶଙ୍କାକୁ ସମୀକ୍ଷା କରିବା ପରେ ଜ୍ଞାନେଶ କୁମାରଙ୍କ ସୁରକ୍ଷା ବ୍ୟବସ୍ଥାରେ ଏହି ପରିବର୍ତ୍ତନ ଅଣାଯାଇଛି।

You may also like

Leave a Comment