Home » Blog » ପୁଣି ପରଦାକୁ ଫେରିବ କଙ୍ଗନା-ମାଧବନ ଯୋଡ଼ି!

ପୁଣି ପରଦାକୁ ଫେରିବ କଙ୍ଗନା-ମାଧବନ ଯୋଡ଼ି!

by Sunita Jena
0 comments

‘ତନୁ ୱେଡ୍‌ସ ମନୁ ୩’କୁ ନେଇ ବଢ଼ିଲା ଉତ୍ସୁକତା

ବଲିଉଡ୍‌ର ଚର୍ଚ୍ଚିତ ରୋମାଣ୍ଟିକ୍ କମେଡି ଫିଲ୍ମ ‘ତନୁ ୱେଡ୍‌ସ ମନୁ’ର ତୃତୀୟ ଭାଗକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମରେ କଙ୍ଗନା ରାଣାୱତ ଓ ଆର୍. ମାଧବନଙ୍କ ଯୋଡ଼ି ପୁଣି ନଜର ଆସିବା ନେଇ ସଙ୍କେତ ଦେଇଛନ୍ତି ନିର୍ଦ୍ଦେଶକ ଆନନ୍ଦ ଏଲ୍. ରାୟ। ତାଙ୍କ କହିବା ଅନୁସାରେ, ଏହି ଦୁଇ କଳାକାରଙ୍କ ବିନା ଫିଲ୍ମର ପରବର୍ତ୍ତୀ ଭାଗକୁ ଭାବିବା ମଧ୍ୟ କଷ୍ଟକର।

ଏହି ଲୋକପ୍ରିୟ ଫିଲ୍ମ ସିରିଜ୍‌ର ପ୍ରଥମ ଭାଗ ୨୦୧୧ରେ ମୁକ୍ତିଲାଭ କରିଥିବାବେଳେ ୨୦୧୫ରେ ଆସିଥିଲା ଏହାର ଦ୍ୱିତୀୟ ଭାଗ ‘ତନୁ ୱେଡ୍‌ସ ମନୁ ରିଟର୍ଣ୍ଣସ୍‌’। ଉଭୟ ସିନେମାକୁ ଦର୍ଶକଙ୍କ ଭଲ ପାଇବା ମିଳିଥିଲା। କଙ୍ଗନାଙ୍କ ଦମ୍‌ଦାର ଅଭିନୟ ସହ ମାଧବନଙ୍କ ସ୍ୱାଭାବିକ ଅଭିନୟ ଏହି ଯୋଡ଼ିକୁ ବେଶ୍ ଲୋକପ୍ରିୟ କରିଥିଲା।

ତେବେ ତୃତୀୟ ଭାଗରେ କେଉଁ କଳାକାର ଅଭିନୟ କରିବେ, ତାହାକୁ ନେଇ ଦୀର୍ଘଦିନ ଧରି ଦର୍ଶକଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ଏବେ ନିର୍ଦ୍ଦେଶକଙ୍କ ବୟାନ ପରେ ପୁଣି ଥରେ ପୁରୁଣା ଯୋଡ଼ିକୁ ବଡ଼ ପରଦାରେ ଦେଖିବା ଆଶା ବଢ଼ିଛି।

ଅନ୍ୟପକ୍ଷରେ, ଫିଲ୍ମର ତୃତୀୟ ଭାଗ ନିର୍ମାଣ ପାଇଁ ଏକ ଆକର୍ଷଣୀୟ କାହାଣୀ ମିଳିବା ଜରୁରି ବୋଲି ଆନନ୍ଦ ଏଲ୍. ରାୟ କହିଛନ୍ତି। ତାଙ୍କ ମତରେ, କେବଳ ବଡ଼ ବଜେଟ୍ ନୁହେଁ, ଏକ ମଜଭୁତ କାହାଣୀ ହିଁ ସିନେମାକୁ ସଫଳତା ଦେଇଥାଏ। ତେଣୁ ଉପଯୁକ୍ତ କାହାଣୀ ମିଳିବା ପରେ ହିଁ ଏହି ଫିଲ୍ମର ପରବର୍ତ୍ତୀ ଭାଗ ନିର୍ମାଣ ନେଇ ଆଗକୁ ପଦକ୍ଷେପ ନିଆଯିବ।

You may also like

Leave a Comment