Home » Blog » ତେଜସ୍ୱିନୀଙ୍କ ରାଜକୀୟ ଲୁକ୍, ବିଦେଶ ମାଟିରେ ଦେଖାଇଲେ ଭାରତୀୟ ପରମ୍ପରା

ତେଜସ୍ୱିନୀଙ୍କ ରାଜକୀୟ ଲୁକ୍, ବିଦେଶ ମାଟିରେ ଦେଖାଇଲେ ଭାରତୀୟ ପରମ୍ପରା

by Sunita Jena
0 comments

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି ତେଜସ୍ୱିନୀ ଶ୍ରୀବାସ୍ତବ। ମିସ୍ ଚାର୍ମ ୨୦୨୬ ପ୍ରତିଯୋଗିତା ପାଇଁ ଭିଏତନାମରେ ପହଞ୍ଚିବା ପରେ ତାଙ୍କର ଆକର୍ଷଣୀୟ ଏୟାରପୋର୍ଟ ଲୁକ୍ ଏବେ ଚର୍ଚ୍ଚାରେ ରହିଛି। ଆଧୁନିକ ଫ୍ୟାଶନ୍ ବଦଳରେ ପାରମ୍ପରିକ ଭାରତୀୟ ଶାଢ଼ିକୁ ବାଛି ସେ ନିଜ ଷ୍ଟାଇଲ୍‌ରେ ଦେଶର ସଂସ୍କୃତିକୁ ପ୍ରଦର୍ଶନ କରିଛନ୍ତି।

ମହାରାଷ୍ଟ୍ରର ନାଗପୁରର ତେଜସ୍ୱିନୀ ପୂର୍ବରୁ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ରେ ମହାରାଷ୍ଟ୍ର ପକ୍ଷରୁ ଭାଗ ନେଇ ତୃତୀୟ ରନର୍ସଅପ୍ ହୋଇଥିଲେ। ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭା ଓ ଆତ୍ମବିଶ୍ୱାସ ଦେଖାଇବାକୁ ସେ ପ୍ରସ୍ତୁତ।

ତେଜସ୍ୱିନୀଙ୍କ ଏୟାରପୋର୍ଟ ଲୁକ୍‌ରେ ଗୋଲାପୀ ରଙ୍ଗର ଶାଢ଼ି ଏବଂ ମୁଣ୍ଡରେ ଥିବା ମୁକୁଟ ତାଙ୍କୁ ଏକ ରାଜକୀୟ ରୂପ ଦେଇଛି। ଏହା ସହ ହାତରେ ଭାରତୀୟ ଜାତୀୟ ପତାକା ଧରି ସେ ଦେଶ ପ୍ରତି ନିଜର ଗର୍ବ ଓ ଗୌରବକୁ ପ୍ରକାଶ କରିଛନ୍ତି। ତାଙ୍କ ସୁଟକେସ୍‌ରେ ମଧ୍ୟ ମିସ୍ ଚାର୍ମ ଇଣ୍ଡିଆ ୨୦୨୬ର ପୋଷ୍ଟର ଦେଖିବାକୁ ମିଳିଛି।

ଡିସେମ୍ବର ୫ରେ ଭିଏତନାମର ହୋ ଚି ମିନ୍ ସିଟିରେ ଏହି ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହେବ। ତେଜସ୍ୱିନୀଙ୍କ ଏହି ଯାତ୍ରା ତାଙ୍କ ପାଇଁ ଏକ ବଡ଼ ସୁଯୋଗ ହୋଇଥିବାବେଳେ ଅନ୍ତର୍ଜାତୀୟ ମଞ୍ଚରେ ତାଙ୍କ ପ୍ରଦର୍ଶନକୁ ନେଇ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

You may also like

Leave a Comment