Home Entertainment‘ଦି ୱାନ୍’ରେ ତମନ୍ନାଙ୍କ ଭିନ୍ନ ଅବତାର, ଛଠ ପୂଜା ଗୀତରେ ଆସିବେ ନଜର

‘ଦି ୱାନ୍’ରେ ତମନ୍ନାଙ୍କ ଭିନ୍ନ ଅବତାର, ଛଠ ପୂଜା ଗୀତରେ ଆସିବେ ନଜର

by Sunita Jena
0 comments

ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଆଗାମୀ ଫିଲ୍ମ ‘ଦି ୱାନ୍’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ୁଛି। ଫିଲ୍ମରେ ଛଠ ପୂଜାକୁ ନେଇ ଏକ ସ୍ୱତନ୍ତ୍ର ଗୀତ ରହିଛି। ‘ଛଠୀ ମୈୟା’ ନାମକ ଏହି ଗୀତରେ ତମନ୍ନାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିବ। ଛଠ ପର୍ବର ଧାର୍ମିକ ବିଶ୍ୱାସ, ପରମ୍ପରା ଓ ଲୋକସଂସ୍କୃତିକୁ ଗୀତରେ ଗୁରୁତ୍ୱ ଦିଆଯାଇଛି। ଫିଲ୍ମର କାହାଣୀ ସହ ଏହି ପର୍ବର ସମ୍ପର୍କ ଥିବାରୁ ଗୀତଟିକୁ କାହାଣୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ରଖାଯାଇଛି।

ଗୀତରେ ଅଭିନୟ କରିବା ପୂର୍ବରୁ ତମନ୍ନା ଛଠ ପୂଜାର ପରମ୍ପରା ଓ ଏହାର ଆଧ୍ୟାତ୍ମିକ ଦିଗ ବିଷୟରେ ଜାଣିଥିଲେ। ବିଶେଷକରି ବିହାର ଓ ପାଟନା ଅଞ୍ଚଳରେ ଏହି ପର୍ବ କିପରି ପାଳନ ହୁଏ, ତାହାକୁ ବୁଝିବା ପାଇଁ ସେ ପ୍ରସ୍ତୁତି ନେଇଥିବା ଜଣାପଡ଼ିଛି। ଛଠ ପର୍ବ ପ୍ରତି ଲୋକଙ୍କ ଗଭୀର ଶ୍ରଦ୍ଧା ତାଙ୍କୁ ପ୍ରଭାବିତ କରିଥିବା ମଧ୍ୟ କୁହାଯାଇଛି। ‘ଛଠୀ ମୈୟା’ ଗୀତ ଜରିଆରେ ଫିଲ୍ମର ଲୋକକଥା ଓ କଳ୍ପନାମୂଳକ ଦୁନିଆର ଆଉ ଏକ ଦିଗ ଦର୍ଶକଙ୍କ ସାମ୍ନାକୁ ଆସିବ। ବିଶାଳ ମିଶ୍ର ଗୀତଟିକୁ କଣ୍ଠଦାନ କରିବା ସହ ଏହାର ସଙ୍ଗୀତ ଦେଇଛନ୍ତି। ଗୀତର ଲିରିକ୍ସ କୌଶଲ କିଶୋର ଲେଖିଥିବା ବେଳେ ଚିନ୍ନି ପ୍ରକାଶ କୋରିଓଗ୍ରାଫିର ଦାୟିତ୍ୱ ନେଇଛନ୍ତି।

‘ଦି ୱାନ୍’ରେ ତମନ୍ନା ଭାଟିଆଙ୍କ ସହ ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଭାରତୀୟ ଲୋକକଥାକୁ ଫ୍ୟାଣ୍ଟାସି, ରହସ୍ୟ, ରୋମାନ୍ସ ଓ ଆଡଭେଞ୍ଚର ସହ ଯୋଡ଼ି ଫିଲ୍ମର କାହାଣୀ ପ୍ରସ୍ତୁତ କରାଯାଇଛି। ଦୀପକ ମିଶ୍ର ଏହାର ନିର୍ଦ୍ଦେଶନା ଦେଇଛନ୍ତି। ସୂଚନା ଅନୁସାରେ, ‘ଦି ୱାନ୍’ ୨୦୨୬ ସେପ୍ଟେମ୍ବର ୨୫ରେ ପ୍ରେକ୍ଷାଳୟକୁ ଆସିବ। ତମନ୍ନାଙ୍କ ଛଠ ପୂଜା ଗୀତ ଫିଲ୍ମର କାହାଣୀକୁ କେତେ ନୂଆ ଦିଗ ଦେଉଛି, ତାହା ଦେଖିବାକୁ ଏବେ ଦର୍ଶକଙ୍କ ଅପେକ୍ଷା।

You may also like

Leave a Comment