Home Entertainmentଡିସେମ୍ବର ୨୪ରେ ପରଦାକୁ ଆସିବ ଶାହରୁଖଙ୍କ ‘କିଙ୍ଗ୍’, ରିଲିଜ୍ ଡେଟ୍ ଘୋଷଣା ପରେ ବଢ଼ିଲା ଫ୍ୟାନ୍ସଙ୍କ ଉତ୍ସାହ

ଡିସେମ୍ବର ୨୪ରେ ପରଦାକୁ ଆସିବ ଶାହରୁଖଙ୍କ ‘କିଙ୍ଗ୍’, ରିଲିଜ୍ ଡେଟ୍ ଘୋଷଣା ପରେ ବଢ଼ିଲା ଫ୍ୟାନ୍ସଙ୍କ ଉତ୍ସାହ

by Sunita Jena
0 comments

ବଲିଉଡ୍‌ର ସୁପରଷ୍ଟାର ଶାହରୁଖ୍ ଖାନ୍‌ଙ୍କ ଆଗାମୀ ଆକ୍ସନ୍ ଫିଲ୍ମ ‘କିଙ୍ଗ୍’କୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି। ଶେଷରେ ଫିଲ୍ମର ମୁକ୍ତି ତାରିଖ ନେଇ ଅପେକ୍ଷାର ଅନ୍ତ ଘଟିଛି। ଆସନ୍ତା ଡିସେମ୍ବର ୨୪ରେ ‘କିଙ୍ଗ୍’ ସିନେମା ହଲ୍‌ରେ ରିଲିଜ୍ ହେବ ବୋଲି ଶାହରୁଖ ନିଜେ ସ୍ପଷ୍ଟ କରିଛନ୍ତି। ସୋସିଆଲ ମିଡିଆରେ ଆୟୋଜିତ #AskSRK ସେସନ୍‌ରେ ଜଣେ ପ୍ରଶଂସକ ‘କିଙ୍ଗ୍’ର ଅପଡେଟ୍ ମାଗିଥିଲେ। ଏହାର ଉତ୍ତରରେ ଶାହରୁଖ ଫିଲ୍ମର ରିଲିଜ୍ ଡେଟ୍ ସହ ଟ୍ରେଲର୍ ଓ ପ୍ରମୋସନ୍ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଫିଲ୍ମ ରିଲିଜ୍ ପୂର୍ବରୁ ଦର୍ଶକଙ୍କ ପାଖରେ ଏହାର ପ୍ରମୋସନାଲ୍ କଣ୍ଟେଣ୍ଟ ପହଞ୍ଚିବ।

‘କିଙ୍ଗ୍’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସିଦ୍ଧାର୍ଥ ଆନନ୍ଦ। ଫିଲ୍ମର ନିର୍ମାଣ କାମକୁ ନେଇ ମଧ୍ୟ ଶାହରୁଖ କହିଛନ୍ତି ଯେ ଟିମ୍ ତରବରିଆ ଭାବେ କାମ ଶେଷ କରିବା ବଦଳରେ ଗୁଣାତ୍ମକ ଫଳାଫଳ ଉପରେ ଗୁରୁତ୍ୱ ଦେଉଛି। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଓ ପୂରା ଟିମ୍ ଫିଲ୍ମକୁ ଦର୍ଶକଙ୍କ ପାଇଁ ଆକର୍ଷଣୀୟ କରିବାକୁ ପରିଶ୍ରମ କରୁଥିବା ସେ ଜଣାଇଛନ୍ତି।ଫିଲ୍ମର ରିଲିଜ୍ ତାରିଖ ସାମ୍ନାକୁ ଆସିବା ପରେ ଶାହରୁଖଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି। ବଡ଼ ପରଦାରେ ‘କିଙ୍ଗ୍’ର ଆକ୍ସନ୍ ଓ ଶାହରୁଖଙ୍କ ନୂଆ ଅବତାର ଦେଖିବାକୁ ଦର୍ଶକମାନେ ଏବେ ଡିସେମ୍ବର ୨୪କୁ ଅପେକ୍ଷା କରିଛନ୍ତି।

You may also like

Leave a Comment