Home Entertainment୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ସମ୍ମାନ

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ସମ୍ମାନ

by Sunita Jena
0 comments

ଗୁଜରାଟର ଏକତା ନଗରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏଥର ଓଡ଼ିଆ ସିନେମା ପାଇଁ ମଧ୍ୟ ଆସିଛି ଗୌରବର ମୁହୂର୍ତ୍ତ। ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ହାତେଇଛି। ସମାରୋହରେ ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି। ପାଞ୍ଚ ଦଶନ୍ଧିର ଅଭିନୟ ଜୀବନ ଏବଂ ନାଟକ ପ୍ରତି ନିଜର ଅନୁରାଗକୁ ମନେ ପକାଇ ସେ କୃତଜ୍ଞତା ପ୍ରକାଶ କରିଥିଲେ।

ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ‘ଆର୍ଟିକିଲ୍ ୩୭୦’ ଚୟନ ହୋଇଛି। ଏହି ଚଳଚ୍ଚିତ୍ର ପାଇଁ ୟାମୀ ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି। ଅନ୍ୟପକ୍ଷରେ ଶ୍ରେଷ୍ଠ ଅଭିନେତା ବର୍ଗରେ ‘ବ୍ରମଯୁଗମ୍’ ପାଇଁ ମାମୁଟି ଏବଂ ‘ଚନ୍ଦୁ ଚାମ୍ପିୟନ୍’ ପାଇଁ କାର୍ତ୍ତିକ ଆର୍ଯ୍ୟନ ଯୁଗ୍ମ ବିଜେତା ହୋଇଛନ୍ତି। ‘ଅମରନ୍’ ପାଇଁ ରାଜକୁମାର ପେରିୟାସାମୀଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ମିଳିଥିବା ବେଳେ ‘ସ୍ୱାତନ୍ତ୍ର୍ୟ ବୀର ସାବରକର’ ପାଇଁ ରଣଦୀପ ହୁଦା ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ହୋଇଛନ୍ତି। ‘ଭକ୍ଷକ’ ପାଇଁ ସଞ୍ଜୟ ମିଶ୍ର ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଛନ୍ତି।

ଶ୍ରେଷ୍ଠ ସହ-ଅଭିନେତ୍ରୀ ବର୍ଗରେ ‘ମିଥ୍ୟା’ର ରୂପାଶ୍ରୀ ଭାର୍କାଡି ଏବଂ ‘ମହାରାଜା’ର ସଚନା ନାମିଦାସ ଯୁଗ୍ମ ଭାବେ ସମ୍ମାନିତ ହୋଇଛନ୍ତି। ଅନ୍ୟାନ୍ୟ ପ୍ରମୁଖ ବର୍ଗରେ ‘କଳ୍‌କୀ ୨୮୯୮ ଏଡି’କୁ ଶ୍ରେଷ୍ଠ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର ଏବଂ ‘କ୍ୟାପ୍ଟେନ୍ ମିଲର’କୁ ଶ୍ରେଷ୍ଠ ସାମାଜିକ/ମୂଲ୍ୟବୋଧ ଭିତ୍ତିକ ଫିଲ୍ମ ଭାବେ ବଛାଯାଇଛି। ‘୩୫ ଚିନ୍ନା କଥା କାଡୁ’ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛି।

ଆଞ୍ଚଳିକ ଭାଷା ବର୍ଗରେ ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ ସହିତ ‘ଶ୍ରୀକାନ୍ତ’ ହିନ୍ଦୀ, ‘ରାୟାନ୍’ ତାମିଲ, ‘ମିଥ୍ୟା’ କନ୍ନଡ, ‘ଫେମିନିଚି ଫାତିମା’ ମାଲାୟାଲମ୍ ଏବଂ ‘କମିଟି କୁର୍ରୋଲୁ’ ତେଲୁଗୁ ଭାଷାରେ ଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନ ପାଇଛି। କାହାଣୀ ବର୍ଗରେ ‘ପୁଷ୍ପା ୨’ ପାଇଁ ସୁକୁମାରଙ୍କୁ ପୁରସ୍କାର ମିଳିଛି। ସଙ୍ଗୀତ ବର୍ଗରେ ‘ଆର୍ଟିକିଲ୍ ୩୭୦’ ପାଇଁ ଶାଶ୍ୱତ ସଚଦେବ ଏବଂ ‘ଅମରନ୍’ ପାଇଁ ଜି.ଭି. ପ୍ରକାଶ ପ୍ରମୁଖ ବିଜେତା ହୋଇଛନ୍ତି।

You may also like

Leave a Comment