Home Featuredପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାର; ରାଜନୈତିକ ମହଲରେ ଚର୍ଚ୍ଚା

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାର; ରାଜନୈତିକ ମହଲରେ ଚର୍ଚ୍ଚା

by Lokanath Panigrahi
0 comments

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଛାତ୍ରମାନଙ୍କ ପ୍ରତିବାଦ ଓ ପୋଲିସ ଲାଠିଚାର୍ଜକୁ ନେଇ ରାଜନୈତିକ ତର୍ଜମା ଜାରି ଥିବାବେଳେ, ବୁଧବାର ସଂସଦ ଭବନରେ ଏନସିପି (ଶରଦ ପାୱାର ଗୋଷ୍ଠୀ)ର ମୁଖ୍ୟ ଶରଦ ପାୱାର ଓ ସାଂସଦ ସୁପ୍ରିୟା ସୁଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଶରଦ ପାୱାରଙ୍କୁ ସ୍ୱାଗତ କରି ଭିତରକୁ ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଜନ୍ତର ମନ୍ତରରେ ପ୍ରତିବାଦରତ ଛାତ୍ରମାନଙ୍କୁ ଭେଟିବାର ଗୋଟିଏ ଦିନ ପରେ ଏହି ସାକ୍ଷାତ ହୋଇଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ଶରଦ ପାୱାର ଓ ସୁପ୍ରିୟା ସୁଲେ ପୂର୍ବରୁ ଛାତ୍ରମାନଙ୍କ ପ୍ରତିବାଦକୁ ସମର୍ଥନ କରିବା ସହ ପୋଲିସ ଲାଠିଚାର୍ଜକୁ ସମାଲୋଚନା କରିଥିଲେ। ଏପରି ପରିସ୍ଥିତିରେ ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଏହି ବୈଠକକୁ ନେଇ ରାଜନୈତିକ ଗୁରୁତ୍ୱ ବଢ଼ିଛି।

ତେବେ ଏହି ସାକ୍ଷାତରେ କେଉଁ ସବୁ ପ୍ରସଙ୍ଗରେ ଆଲୋଚନା ହୋଇଛି, ସେନେଇ କୌଣସି ସରକାରୀ ସୂଚନା ପ୍ରକାଶ ପାଇନାହିଁ।

ଏପଟେ, ମହିଳା ସଂରକ୍ଷଣ ବିଲ୍ ଓ ସୀମା ନିର୍ଦ୍ଧାରଣ (Delimitation) ଭଳି ପ୍ରସ୍ତାବିତ ବିଲ୍‌ଗୁଡ଼ିକୁ ନେଇ ଏନଡିଏ ବିଭିନ୍ନ ବିରୋଧୀ ଦଳ ସହ ଆଲୋଚନା ଜାରି ରଖିଥିବା ଚର୍ଚ୍ଚା ହେଉଛି। ଏହି ପ୍ରସଙ୍ଗରେ ଶରଦ ପାୱାରଙ୍କ ଗୋଷ୍ଠୀ ମଧ୍ୟ କିଛି ବିଲ୍‌ରେ ସମର୍ଥନ ଦେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପୁଷ୍ଟି ମିଳିନାହିଁ।

You may also like

Leave a Comment