Home » Blog » ୨୦୦ କୋଟି ଦାଦାବଟି ମାମଲା: ନୋରା ଫତେହିଙ୍କୁ ପୁଣି କୋର୍ଟଙ୍କ ସମନ୍‌

୨୦୦ କୋଟି ଦାଦାବଟି ମାମଲା: ନୋରା ଫତେହିଙ୍କୁ ପୁଣି କୋର୍ଟଙ୍କ ସମନ୍‌

by Sunita Jena
0 comments

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ଦାଦାବଟି ଆଦାୟ ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ଅଦାଲତି ସମସ୍ୟା ପୁଣି ବଢ଼ିଛି। ମାମଲାରେ ସାକ୍ଷୀ ଭାବେ ନିଜର ବୟାନ ରେକର୍ଡ କରାଇବା ପାଇଁ ନଭେମ୍ବର ୬ ତାରିଖରେ ଉପସ୍ଥିତ ରହିବାକୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ପୁନର୍ବାର ସମନ୍ ଜାରି କରିଛନ୍ତି।

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ନୋରାଙ୍କ ନାମ ଜଡ଼ିତ ରହିଛି। ପୂର୍ବରୁ ମଧ୍ୟ ଅଦାଲତ ପକ୍ଷରୁ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା। ହେଲେ ନିର୍ଦ୍ଧାରିତ ତାରିଖରେ ତାଙ୍କ ଉପସ୍ଥିତି ନେଇ ଦିଲ୍ଲୀ ପୁଲିସ ମଧ୍ୟ ସ୍ପଷ୍ଟ ତଥ୍ୟ ଦେଇପାରିନଥିଲା।

ହାଜିରା ଛାଡ଼ ପାଇଁ ଆବେଦନକୁ ନେଇ ଅସନ୍ତୋଷ

ନୋରାଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ଉପସ୍ଥିତିରୁ ରିହାତି ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ଏହି ଆବେଦନକୁ ନେଇ ଅଦାଲତ ଅସନ୍ତୋଷ ଜାହିର କରିଥିଲେ। ଜଣେ ସାକ୍ଷୀ ଭାବେ ନୋରାଙ୍କ ବୟାନ ମାମଲା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତାଙ୍କର ଉପସ୍ଥିତି ଜରୁରୀ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ।

ଏଥିସହ ଅଦାଲତର ନିର୍ଦ୍ଦେଶକୁ ଗୁରୁତ୍ୱର ସହ ନେବାକୁ ମଧ୍ୟ ତାଙ୍କୁ ଚେତାଇ ଦିଆଯାଇଛି। ଏବେ ନଭେମ୍ବର ୬ରେ ନୋରା କୋର୍ଟରେ ହାଜର ହେଉଛନ୍ତି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

You may also like

Leave a Comment