Home Odishaଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଜାତୀୟ ଆଥଲେଟିକ୍ସ ମହାକୁମ୍ଭ, ଭାଗ ନେବେ ୬୩୭ ଆଥଲେଟ

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଜାତୀୟ ଆଥଲେଟିକ୍ସ ମହାକୁମ୍ଭ, ଭାଗ ନେବେ ୬୩୭ ଆଥଲେଟ

by Gulshan Pandey
0 comments

ଭୁବନେଶ୍ୱର: ରାଜଧାନୀର କଳିଙ୍ଗ ଷ୍ଟାଡିୟମ ଆଜିଠୁ ଜାତୀୟ ଆଥଲେଟିକ୍ସର ମହାସମରର ସାକ୍ଷୀ ହେବ। ୬୫ତମ ନ୍ୟାସନାଲ ଇଣ୍ଟର-ଷ୍ଟେଟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୬ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ, ପ୍ରତିଯୋଗିତା ଜୁନ୍ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏନେଇ ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ (AFI) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। AFIର ମୁଖପାତ୍ର ଆଡିଲ୍ ସୁମାରିୱାଲାଙ୍କ କହିବା ଅନୁସାରେ, ଚଳିତ ବର୍ଷର ଚାମ୍ପିଅନସିପରେ ୨୬ଟି ରାଜ୍ୟରୁ ମୋଟ ୬୩୭ ଜଣ ଆଥଲେଟ ଭାଗ ନେଉଛନ୍ତି। ସେଥିମଧ୍ୟରୁ ହରିୟାଣାରୁ ସର୍ବାଧିକ ସଂଖ୍ୟକ ଆଥଲେଟ ଯୋଗ ଦେଉଛନ୍ତି।

ଓଡ଼ିଶା ପକ୍ଷରୁ ୨୮ ଜଣ ଆଥଲେଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ରାଜ୍ୟର ଉଦୀୟମାନ ତାରକା ଅନିମେଷ କୁଜୁର ଓ ଶ୍ରାବଣୀ ନନ୍ଦଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଓଡ଼ିଶା ଦଳର ୫ରୁ ୬ ଜଣ ଆଥଲେଟ ସ୍ୱର୍ଣ୍ଣ ପଦକ ଜିତିବାର ସମ୍ଭାବନା ଥିବା କ୍ରୀଡ଼ା ମହଳରେ ଆଶା କରାଯାଉଛି।

ଚାମ୍ପିଅନସିପରେ ମାରାଥନ ବ୍ୟତୀତ ଆଥଲେଟିକ୍ସର ସମସ୍ତ ପ୍ରମୁଖ ଇଭେଣ୍ଟ ଆୟୋଜନ କରାଯିବ। ପ୍ରତ୍ୟେକ ଖେଳାଳିଙ୍କ ପାଇଁ ସର୍ବାଧିକ ୫୦୦ ଟଙ୍କା ଏଣ୍ଟ୍ରି ଫି ନିର୍ଦ୍ଧାରଣ କରାଯାଇଛି।

ଦେଶର ଶ୍ରେଷ୍ଠ ଆଥଲେଟମାନଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଆଗାମୀ ପାଞ୍ଚ ଦିନ ଧରି ରୋମାଞ୍ଚକର ପ୍ରତିଯୋଗିତା ଦେଖିବାକୁ ମିଳିବ ବୋଲି କ୍ରୀଡ଼ାପ୍ରେମୀମାନେ ଆଶା ରଖିଛନ୍ତି।

You may also like

Leave a Comment