Home Entertainmentଚର୍ଚ୍ଚାରେ ମନୋଜ ମିଶ୍ରଙ୍କ ନୂଆ ଲୁକ୍, ଆସୁଛି ‘ଏଡବ୍ଲୁଏମ୍’

ଚର୍ଚ୍ଚାରେ ମନୋଜ ମିଶ୍ରଙ୍କ ନୂଆ ଲୁକ୍, ଆସୁଛି ‘ଏଡବ୍ଲୁଏମ୍’

by Sunita Jena
0 comments

ପୂଜା ଅବସରରେ ଓଡ଼ିଆ ସିନେମା ଜଗତରେ ନୂଆ ନୂଆ ଫିଲ୍ମକୁ ନେଇ ଉତ୍ସାହ ବଢ଼ୁଛି। ଏହି ଧାରାରେ ଭିନ୍ନ କାହାଣୀକୁ ନେଇ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏଡବ୍ଲୁଏମ୍’। ଏହାର ସବଟାଇଟଲ୍‌ ରହିଛି ‘ଆଗ୍ନେ ୱେଡ୍ସ ମିନଲ୍’। ଫିଲ୍ମରେ ଅଭିନେତା ମନୋଜ ମିଶ୍ରଙ୍କ ଚରିତ୍ର ଓ ନୂଆ ଲୁକ୍‌କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ରିଷଭ ଅଗ୍ରୱାଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାରେ ମନୋଜ ମିଶ୍ରଙ୍କ ସହ ଅର୍ଲିନ୍‌ ଅଙ୍କିତା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ଉଷସୀ ମିଶ୍ର ଓ ଶକ୍ତି ବରାଳଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ଫିଲ୍ମର କାହାଣୀ ଏକ ଦମ୍ପତିଙ୍କ ଜୀବନ, ପ୍ରେମ ଓ ସମ୍ପର୍କର ବିଭିନ୍ନ ଦିଗକୁ କେନ୍ଦ୍ର କରି ଆଗକୁ ବଢ଼ିଛି। ଆଗ୍ନେ ଜଣେ ଦିବ୍ୟାଙ୍ଗ ଯୁବକ ହୋଇଥିବା ବେଳେ ମିନଲ୍‌ ଜଣେ ସାଧାରଣ ଯୁବତୀ। ପରସ୍ପରକୁ ଭଲ ପାଇବା ପରେ ଦୁହିଁଙ୍କ ଜୀବନରେ ବିବାହ ଆସେ। କିନ୍ତୁ ବିବାହ ପରେ ଏକ ଘଟଣାକୁ କେନ୍ଦ୍ର କରି ସମ୍ପର୍କରେ ଦୂରତା ସୃଷ୍ଟି ହୁଏ। ମତଭେଦ ଧୀରେ ଧୀରେ ଗୁରୁତର ହେବା ସହ ଦମ୍ପତିଙ୍କ ସମ୍ପର୍କ ଛାଡ଼ପତ୍ର ଦିଗକୁ ଗତି କରେ। ଏହାପରେ ସେମାନଙ୍କ ଜୀବନରେ କ’ଣ ପରିବର୍ତ୍ତନ ଆସେ ଏବଂ ସମ୍ପର୍କର ଶେଷ ପରିଣତି କ’ଣ ହୁଏ, ତାହା ଫିଲ୍ମର ମୁଖ୍ୟ ଆକର୍ଷଣ ହେବ।

ମନୋଜ ମିଶ୍ର, ମମତା ନନ୍ଦ ଓ ରିଷଭ ଅଗ୍ରୱାଲ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି। ମନୋଜ ମିଶ୍ର ଫିଲ୍ମସ୍‌, ଶାଲୋମ୍‌ ଫିଲ୍ମସ୍‌ ଓ ଭବ୍ୟ ଫିଲ୍ମସ୍‌ ବ୍ୟାନର୍‌ରେ ଏହା ପ୍ରସ୍ତୁତ ହୋଇଛି। ‘ଏଡବ୍ଲୁଏମ୍’ର ରିଲିଜ୍‌ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ତେବେ ନିଆରା କାହାଣୀ ଓ ମନୋଜ ମିଶ୍ରଙ୍କ ନୂଆ ଅବତାରକୁ ନେଇ ଫିଲ୍ମଟି ଦର୍ଶକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରୁଛି।

You may also like

Leave a Comment