Home Featuredଚାଷୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଜୁଲାଇ ୩ ପର୍ଯ୍ୟନ୍ତ ବଢ଼ିଲା ଧାନ କିଣା ଅବଧି

ଚାଷୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଜୁଲାଇ ୩ ପର୍ଯ୍ୟନ୍ତ ବଢ଼ିଲା ଧାନ କିଣା ଅବଧି

by Gulshan Pandey
0 comments

ଚାଷୀଙ୍କ ଦାବିକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ରବି ଧାନ କ୍ରୟ ଅବଧିକୁ ଆସନ୍ତା ଜୁଲାଇ ୩ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏନେଇ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।

ପୂର୍ବରୁ ଜୁନ୍ ୩୦ ପର୍ଯ୍ୟନ୍ତ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ ବୋଲି ବିଭାଗ ନିଷ୍ପତ୍ତି ନେଇଥିଲା। ତେବେ ବିଭିନ୍ନ ସ୍ଥାନରେ ଅନେକ ଚାଷୀ ଧାନ ବିକ୍ରି କରିପାରି ନଥିବାରୁ ସେମାନଙ୍କ ଦାବିକୁ ବିଚାର କରି ସରକାର ଧାନ କ୍ରୟ ଅବଧିକୁ ଆଉ ତିନି ଦିନ ବୃଦ୍ଧି କରିଛନ୍ତି।

ସରକାର ଚଳିତ ରବି ଋତୁରେ ୨୦ ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ କରିବାର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୩୬ ହଜାର ୫୨ ଜଣ କୃଷକଙ୍କଠାରୁ ୧୮ ଲକ୍ଷ ୭୯ ହଜାର ୯୧୯ ମେଟ୍ରିକ ଟନ୍ ଧାନ କିଣାଯାଇଛି।

ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ନୂଆପଡ଼ା, ବାଲେଶ୍ୱର ସମେତ ୫ଟି ଜିଲ୍ଲାରେ ଏବେ ମଧ୍ୟ କିଛି ଚାଷୀଙ୍କ ଧାନ ବିକ୍ରି ହୋଇନାହିଁ। ସେହି ଜିଲ୍ଲାଗୁଡ଼ିକରେ ଧାନ ପଡ଼ି ରହିଥିବାରୁ ଏହି ଅବଧି ବୃଦ୍ଧି କରାଯାଇଛି। ଆସନ୍ତା ତିନି ଦିନ ମଧ୍ୟରେ ଅବଶିଷ୍ଟ ସମସ୍ତ ଧାନ କ୍ରୟ କରାଯିବ ଏବଂ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ହାସଲ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

You may also like

Leave a Comment