Home Entertainmentଓଟିଟିରେ ଧମାଲ କରିବ ‘ଇରୁମୁଡି’, ସେପ୍ଟେମ୍ବର ୧୮ରୁ ଦେଖିପାରିବେ ରବି ତେଜାଙ୍କ ଫିଲ୍ମ

ଓଟିଟିରେ ଧମାଲ କରିବ ‘ଇରୁମୁଡି’, ସେପ୍ଟେମ୍ବର ୧୮ରୁ ଦେଖିପାରିବେ ରବି ତେଜାଙ୍କ ଫିଲ୍ମ

by Sunita Jena
0 comments

ନୂଆଦିଲ୍ଲୀ: ବଡ଼ ପରଦାରେ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ହାସଲ କରିଥିବା ତେଲୁଗୁ ସୁପରଷ୍ଟାର ରବି ତେଜାଙ୍କ ଆକ୍ସନ୍-ଡ୍ରାମା ଫିଲ୍ମ ‘ଇରୁମୁଡି’ ଏବେ ଓଟିଟି ଦର୍ଶକଙ୍କ ପାଖକୁ ଯିବାକୁ ପ୍ରସ୍ତୁତ। ପ୍ରେକ୍ଷାଳୟରେ ଭଲ ବ୍ୟବସାୟ କରିବା ପରେ ଏହାର ଡିଜିଟାଲ୍ ରିଲିଜ୍ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧୮ ତାରିଖରୁ ନେଟଫ୍ଲିକ୍ସରେ ‘ଇରୁମୁଡି’ ଷ୍ଟ୍ରିମିଂ ଆରମ୍ଭ ହେବ। ଫିଲ୍ମଟିର ଓଟିଟି ରିଲିଜ୍ ସମ୍ପର୍କରେ ଔପଚାରିକ ଘୋଷଣା ହେବା ପୂର୍ବରୁ ମଧ୍ୟ ନେଟଫ୍ଲିକ୍ସରେ ଏହାକୁ ନେଇ ନୋଟିଫିକେସନ୍ ଦେଖାଯାଉଥିବା କୁହାଯାଉଛି।

୩୫ କୋଟିର ଫିଲ୍ମ, ଆୟ ୨୨୯ କୋଟିରୁ ଅଧିକ

‘ଇରୁମୁଡି’ର ବକ୍ସ ଅଫିସ୍ ପ୍ରଦର୍ଶନ ମଧ୍ୟ ଚର୍ଚ୍ଚାରେ ରହିଛି। ପ୍ରାୟ ୩୫ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ବିଶ୍ୱବ୍ୟାପୀ ୨୨୯.୨୫ କୋଟି ଟଙ୍କାରୁ ଅଧିକ ଆୟ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ବଜେଟ୍ ତୁଳନାରେ ଏହାର ବ୍ୟବସାୟ ଅନେକ ଗୁଣ ଅଧିକ ହୋଇଥିବାରୁ ଫିଲ୍ମଟିକୁ ରବି ତେଜାଙ୍କ ସଫଳ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରଖାଯାଉଛି। ଅଗଷ୍ଟ ୨୧ରେ ସିନେମା ହଲ୍‌ରେ ମୁକ୍ତି ପାଇଥିବା ଏହି ଫିଲ୍ମରେ ଆକ୍ସନ୍ ଓ ଡ୍ରାମା ସହ ପୌରାଣିକ ଉପାଦାନକୁ ଯୋଡ଼ାଯାଇଛି। କାହାଣୀର ମୁଖ୍ୟ ଆକର୍ଷଣ ହେଉଛି ବାପା-ଝିଅଙ୍କ ସମ୍ପର୍କକୁ ନେଇ ଗଢ଼ା ଭାବପ୍ରବଣ ପରିସ୍ଥିତି।

ଫିଲ୍ମରେ ରବି ତେଜା ମୁଖ୍ୟ ଚରିତ୍ରରେ ଥିବାବେଳେ ପ୍ରିୟା ଭବାନୀ ଶଙ୍କର ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଏବେ ବଡ଼ ପରଦା ପରେ ଓଟିଟିରେ ଏହି ଫିଲ୍ମକୁ ଦର୍ଶକ କିଭଳି ଗ୍ରହଣ କରୁଛନ୍ତି, ତାହା ଉପରେ ନଜର ରହିଛି।

You may also like

Leave a Comment