Home » Blog » ଯୁବ ଅଲିମ୍ପିକ୍ସ ଫାଇନାଲ୍‌ରେ ଓଡ଼ିଆ ଝିଅ ତନ୍ବୀ, ରଚିଲେ ଇତିହାସ

ଯୁବ ଅଲିମ୍ପିକ୍ସ ଫାଇନାଲ୍‌ରେ ଓଡ଼ିଆ ଝିଅ ତନ୍ବୀ, ରଚିଲେ ଇତିହାସ

by Sunita Jena
0 comments

ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନରେ ନୂଆ ଅଧ୍ୟାୟ ଯୋଡ଼ିଲେ ୧୫ ବର୍ଷୀୟା ତନ୍ବୀ ପତ୍ରୀ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଯୁବ ବ୍ୟାଡ୍‌ମିଣ୍ଟନ ତାରକା ତନ୍ବୀ ପତ୍ରୀ। ଯୁବ ଅଲିମ୍ପିକ୍ସରେ ଦମ୍‌ଦାର ପ୍ରଦର୍ଶନ କରି ସେ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ଏହା ସହ ଯୁବ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନରେ ଫାଇନାଲ୍‌କୁ ଯାଇଥିବା ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ମହିଳା ଏକକ ବର୍ଗର ସେମିଫାଇନାଲ୍‌ରେ ଜାପାନର ୟୁଜୁନୋ ୱାତାନାବେଙ୍କୁ ଭେଟିଥିଲେ ତନ୍ବୀ। ତିନିଟି ଗେମ୍‌ ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ଲଢ଼େଇରେ ୨୧-୧୪, ୧୧-୨୧ ଓ ୨୧-୧୯ରେ ବିଜୟୀ ହୋଇ ସେ ଫାଇନାଲ୍‌ ଟିକେଟ୍‌ ହାସଲ କରିଛନ୍ତି।

ଏହି ସଫଳତା ସହ ତନ୍ବୀ ଅତିକମ୍‌ରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ଏବେ ତାଙ୍କ ନଜର ସ୍ୱର୍ଣ୍ଣ ପଦକ ଉପରେ। ଫାଇନାଲ୍‌ ମୁକାବିଲାରେ ତାଙ୍କ ସାମ୍ନା ହେବ ଚୀନ୍‌ର ୟି ଜିନ୍‌ ଝାଙ୍ଗ୍‌ଙ୍କ ସହ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଭାରତର ଏଚ୍‌ଏସ୍‌ ପ୍ରଣୟ, ଲକ୍ଷ୍ୟ ସେନ୍‌ ଓ ଆଦିତ୍ୟ ଯୋଶୀ ଯୁବ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନର ସେମିଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲେ। ଏବେ ତନ୍ବୀ ନିଜର ଐତିହାସିକ ପ୍ରଦର୍ଶନ ଜରିଆରେ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନକୁ ନୂଆ ପରିଚୟ ଦେଇଛନ୍ତି। ୧୭ ଓ ୧୫ ବର୍ଷରୁ କମ୍‌ ଏସୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ମଧ୍ୟ ସେ ନିଜ ପ୍ରତିଭାର ପରିଚୟ ଦେଇସାରିଛନ୍ତି।

ଏବେ ସାରା ଓଡ଼ିଶାର ନଜର ତନ୍ବୀଙ୍କ ସ୍ୱର୍ଣ୍ଣିମ ଫାଇନାଲ୍‌ ମୁକାବିଲା ଉପରେ।

You Might Also Like

You may also like

Leave a Comment