Home » Blog » ‘ରାମାୟଣ’ରେ ନଜର ଆସିବେ ରାହା କପୁର, ୩ ବର୍ଷ ବୟସରୁ ଫିଲ୍ମ ଦୁନିଆରେ ପାଦ

‘ରାମାୟଣ’ରେ ନଜର ଆସିବେ ରାହା କପୁର, ୩ ବର୍ଷ ବୟସରୁ ଫିଲ୍ମ ଦୁନିଆରେ ପାଦ

by Sunita Jena
0 comments

ବାପା ରଣବୀରଙ୍କ ସହ ଛୋଟ ଦୃଶ୍ୟରେ ଅଭିନୟ, ଝିଅର ଡେବ୍ୟୁକୁ ନେଇ ଉତ୍ସାହିତ କପୁର ପରିବାର ବଲିଉଡ୍‌ର ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଥିବାବେଳେ ଏବେ ଚର୍ଚ୍ଚାରେ ରହିଛନ୍ତି ରଣବୀର କପୁରଙ୍କ ଝିଅ ରାହା। ମାତ୍ର ୩ ବର୍ଷ ବୟସରେ ଏହି ଫିଲ୍ମ ଜରିଆରେ ସେ ଅଭିନୟ ଦୁନିଆରେ ପ୍ରଥମ ପାଦ ଥାପିଛନ୍ତି। ନିଜେ ରଣବୀର ଏକ ସାକ୍ଷାତ୍‌କାରରେ ଝିଅର ଏହି ଛୋଟ ଅଭିନୟ ବିଷୟରେ ଖୁଲାସା କରିଛନ୍ତି।

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ବଡ଼ ବଜେଟ୍‌ର ଚଳଚ୍ଚିତ୍ରରେ ରଣବୀରଙ୍କ ସହ ସାଇ ପଲ୍ଲବୀ ଓ ରବି ଦୁବେ ମଧ୍ୟ ଅଭିନୟ କରୁଛନ୍ତି। ଫିଲ୍ମର ଏକ ସଂକ୍ଷିପ୍ତ ଦୃଶ୍ୟରେ ରାହାଙ୍କୁ ଦେଖିବାକୁ ମିଳିବ। ସୁଟିଂ ସମୟରେ ବାରମ୍ବାର ସେଟ୍‌କୁ ଯାଉଥିବା ରାହାଙ୍କ ମନରେ ରାମାୟଣ କାହାଣୀ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ଭଗବାନ ରାମଙ୍କ ବିଷୟରେ ଜାଣିବାକୁ ତାଙ୍କ ଉତ୍ସୁକତା ଦେଖି ଫିଲ୍ମର ଏକ ଦୃଶ୍ୟରେ ତାଙ୍କୁ ସ୍ଥାନ ଦିଆଯାଇଥିଲା।

ଅନ୍ୟପଟେ ନିଜ ଝିଅକୁ ପରଦାରେ ଦେଖିବା ପାଇଁ ରଣବୀର ବେଶ୍‌ ଆଗ୍ରହୀ ଅଛନ୍ତି। ସେ ରାହାଙ୍କୁ ନିଜ ଜୀବନର ଆଲୋକ ବୋଲି କହିଛନ୍ତି। ନଭେମ୍ବର ୬ରେ ରାହାଙ୍କ ଚତୁର୍ଥ ଜନ୍ମଦିନ ଥିବାରୁ କପୁର ପରିବାରରେ ମଧ୍ୟ ଖୁସିର ମାହୋଲ ରହିଛି।

You may also like

Leave a Comment