Home » Blog » ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ, ସୁଭେନ୍ଦୁଙ୍କୁ ଧନ୍ୟବାଦ ଜଣାଇଲେ ମୋହନ ମାଝୀ।

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ, ସୁଭେନ୍ଦୁଙ୍କୁ ଧନ୍ୟବାଦ ଜଣାଇଲେ ମୋହନ ମାଝୀ।

by Archana Singh
0 comments

ଦୀଘା ଜଗନ୍ନାଥ ମନ୍ଦିରର ନାମକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି। ମନ୍ଦିରର ନାମରୁ ‘ଧାମ’ ଶବ୍ଦ ହଟାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀ। ଏଣିକି ଏହା ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ନାମରେ ପରିଚିତ ହେବ। ଏଥିସହ ମନ୍ଦିର ପରିସରର ନାମ ରଖାଯାଇଛି ‘ଶ୍ରୀ ଶ୍ରୀ ଜଗନ୍ନାଥ କଲଚର ସେଣ୍ଟର’।

ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆରେ ପୋଷ୍ଟ କରି ସୁଭେନ୍ଦୁ ଅଧିକାରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର। ସେ କୋଟି କୋଟି ଓଡ଼ିଆଙ୍କ ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ପରିଚୟର ପ୍ରତୀକ।

ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ର ଧାର୍ମିକ ମର୍ଯ୍ୟାଦାକୁ ଅଣଦେଖା କରି ଦୀଘା ମନ୍ଦିର ପାଇଁ ‘ଜଗନ୍ନାଥ ଧାମ’ ନାମ ବ୍ୟବହାର କରିବାକୁ ପୂର୍ବତନ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଥିଲେ। ଏହା ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିଲା। ତେବେ ବର୍ତ୍ତମାନର ପଶ୍ଚିମବଙ୍ଗ ସରକାରଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

You may also like

Leave a Comment