Home » Blog » ଦୁର୍ବଳ ହେଉଛି ବାତ୍ୟା, ତଥାପି ଟଳିନି ବିପଦ

ଦୁର୍ବଳ ହେଉଛି ବାତ୍ୟା, ତଥାପି ଟଳିନି ବିପଦ

by Archana Singh
0 comments

ଦ୍ରୁତ ଗତିରେ ଦୁର୍ବଳ ହେଉଛି ଅକଭାନ । ଏବେ ଗଭୀର ଅବପାତରେ ପରିଣତ ହୋଇଛି । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବ । ଏହା ପରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ ଅକଭାନ । ସ୍ଥଳଭାଗ ଛୁଇଁବା ପରେ ଦ୍ରୁତ ଭାବେ ଦୁର୍ବଳ ହେଉଛି ଅକଭାନ । ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି ।

ସକାଳ ୭ଟା୩୦ ରୁ ୮ଟା ୩୦ ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିଲା । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଅକଭାନ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ଥିଲା । ଘଣ୍ଟାପ୍ରତି ୯୦ କି.ମି. ଥିଲା ଝଟକା ପବନର ବେଗ । ତେବେ ଅକଭାନ ପ୍ରଭାବରେ ବିଭିନ୍ନ ସ୍ଥାନରେ କିନ୍ତୁ ଜାରି ରହିଛି ବର୍ଷା । ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିଛି ପ୍ରସାଶନ ।

You may also like

Leave a Comment