୧୯ ବର୍ଷରୁ କମ୍ ଏସିଆ କପ୍ର ଫାଇନାଲ ମୁକାବିଲାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି କଡ଼ା ଟକ୍କର। ଶନିବାର ଓମାନର ଅଲ୍ ଏମିରେଟ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ପାକିସ୍ତାନ ଅଧିନାୟକ ଫରହାନ ୟୁସୁଫ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ବାଛିଛନ୍ତି। ଫଳରେ ଭାରତୀୟ ଯୁବ ଦଳ ପ୍ରଥମେ ବୋଲିଂ କରୁଛି।
ଏହି ଫାଇନାଲକୁ ନେଇ ଉଭୟ ଦେଶର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଭାରତୀୟ ଦଳର ବ୍ୟାଟିଂ ଭାର ଆର୍ଯ୍ୟବୀର ସେହୱାଗ ଓ ଈଶାନ ସୁଦଙ୍କ ଭଳି ଖେଳାଳିଙ୍କ ଉପରେ ରହିଛି। ଅନ୍ୟପଟେ ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନିଙ୍କ ନେତୃତ୍ୱରେ ଭାରତ ନବମ ଥର ପାଇଁ ଏହି ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି।
ପୂର୍ବ ଏସିଆ କପ୍ ଫାଇନାଲରେ ପାକିସ୍ତାନ ଭାରତକୁ ୧୫୧ ରନ୍ରେ ହରାଇ ଚାମ୍ପିଅନ୍ ହୋଇଥିଲା। ଏଥର ସେହି ପରାଜୟର ଜବାବ ଦେବାକୁ ଭାରତ ପାଖରେ ସୁଯୋଗ ରହିଛି। ଚଳିତ ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟରେ ମଧ୍ୟ ଦୁଇ ଦଳ ମଧ୍ୟରେ ଲଢ଼େଇ ହୋଇଥିଲା। ସେହି ମ୍ୟାଚ୍ରେ ପାକିସ୍ତାନ ୩ ୱିକେଟ୍ରେ ବିଜୟୀ ହୋଇଥିଲା।
ଏବେ ଫାଇନାଲରେ ଭାରତୀୟ ଯୁବ ଖେଳାଳିଙ୍କ ପାଇଁ ଏହା ଏକ ବଡ଼ ପରୀକ୍ଷା। ଦଳଗତ ପ୍ରଦର୍ଶନ ଏବଂ ଚାପରେ ଉନ୍ନତ ଖେଳ ହିଁ ଟାଇଟଲ୍ ବିଜୟରେ ନିର୍ଣ୍ଣାୟକ ହେବ।
ଭାରତୀୟ ଦଳ: ଲକ୍ଷ୍ୟ ରାୟଚାନ୍ଦାନି (ଅଧିନାୟକ), ଆର୍ଯ୍ୟବୀର ସେହୱାଗ, ଭି.କେ. ଭିନେଟ, ଯଶବର୍ଦ୍ଧନ ଚୌହାନ, ଅର୍ଜୁନ ରାଜତ, ଅନଭାଇ ଦ୍ରାବିଡ (ୱିକେଟ୍ କିପର), ମନଲ ଚୌହାନ, ମୋହିତ ଉଲଭା, ଆର୍ଯ୍ୟନ ସକ୍ସାନି, କବ୍ୟ ପରେଶ ପଟେଲ ଓ ସି. ଭେଙ୍କଟ।
