ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ, ଗ୍ରାହକଙ୍କୁ ମିଳିଲା !ଓ ରୁପା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର। ନଭେମ୍ବର ୨୦ ତାରିଖରେ ଦେଶର ବଜାରରେ ଉଭୟ ମୂଲ୍ୟବାନ ଧାତୁର ଦାମ୍ରେ ଉଲ୍ଲେଖନୀୟ ହ୍ରାସ ରେକର୍ଡ ହୋଇଛି।ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା MCXରେ ସୁନା ଦର ୪ ହଜାର ୭୧୫ ଟଙ୍କା ହ୍ରାସ ପାଇଛି। ଫଳରେ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ୨୨ ହଜାର ୭୩୭ ଟଙ୍କାରେ ପହଞ୍ଚିଛି।ସେହିପରି ରୁପା ଦରରେ ମଧ୍ୟ ବଡ଼ ହ୍ରାସ ଦେଖାଯାଇଛି। ପ୍ରତି କିଲୋଗ୍ରାମ ରୁପାର ମୂଲ୍ୟ ୮ ହଜାର ୨୬୯ ଟଙ୍କା କମି ୧ ଲକ୍ଷ ୪୯ ହଜାର ୨୧୩ ଟଙ୍କାରେ ପହଞ୍ଚିଛି।ସହର ଅନୁସାରେ ସୁନା ଦରକୁ ଦେଖିଲେ, ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ଦାମ୍ ପ୍ରତି ୧୦ ଗ୍ରାମକୁ ୧ ଲକ୍ଷ ୨୫ ହଜାର ୭୨୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୧୫ ହଜାର ୨୫୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ୯୪ ହଜାର ୩୩୦ ଟଙ୍କାରେ ବିକ୍ରି ହେଉଛି।ଅନ୍ୟପଟେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୨୫ ହଜାର ୫୭୦ ଟଙ୍କା, ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୧୫ ହଜାର ୧୦୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ୯୪ ହଜାର ୧୮୦ ଟଙ୍କା ରହିଛି।ସେହିପରି ରୁପାର ଖୁଚୁରା ଦର ପ୍ରତି କିଲୋଗ୍ରାମକୁ ୧ ଲକ୍ଷ ୭୯ ହଜାର ୯୦୦ ଟଙ୍କା ରେକର୍ଡ କରାଯାଇଛି।ତେବେ ବଜାରରେ ଏହି ଦର ହ୍ରାସ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଆଣିଥିବା ବେଳେ, ଗହଣା କିଣିବା ପୂର୍ବରୁ ସ୍ଥାନୀୟ ବଜାରର ଦର, GST ଏବଂ ମେକିଂ ଚାର୍ଜ ଯାଞ୍ଚ କରିବା ଜରୁରୀ।
15
