Home Featuredସୁନ୍ଦରଗଡ଼ ଜଙ୍ଗଲରୁ ମାଓ ଡମ୍ପ ଠାବ: ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ବିଭିନ୍ନ ସାମଗ୍ରୀ ଜବତ

ସୁନ୍ଦରଗଡ଼ ଜଙ୍ଗଲରୁ ମାଓ ଡମ୍ପ ଠାବ: ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ବିଭିନ୍ନ ସାମଗ୍ରୀ ଜବତ

by Sunita Jena
0 comments

ସୁନ୍ଦରଗଡ଼ ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ସିଲକୁଟା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଏକ ଗୁପ୍ତ ମାଓ ଡମ୍ପ ଠାବ କରାଯାଇଛି। ଆତ୍ମସମର୍ପଣ କରିଥିବା କିଛି ନକ୍ସଲଙ୍କୁ ପଚରାଉଚରା ସମୟରେ ମିଳିଥିବା ସୂଚନା ଆଧାରରେ ଏହି ଡମ୍ପ ସମ୍ପର୍କରେ ସୁରକ୍ଷା ବାହିନୀ ଜାଣିବାକୁ ପାଇଥିଲା।ସୂଚନା ମିଳିବା ପରେ ଡିଭିଏଫ୍‌ ଏବଂ ବିଡିଡିଏସ୍‌ର ଏକ ମିଳିତ ଦଳ ଜଙ୍ଗଲ ଅଞ୍ଚଳରେ ଅପରେସନ ଆରମ୍ଭ କରିଥିଲା। ଘନ ଜଙ୍ଗଲ ମଧ୍ୟରେ ସନ୍ଧାନ ଅଭିଯାନ ଚାଲିବା ପରେ ସୁରକ୍ଷା ବାହିନୀ ଗୁପ୍ତ ଭାବେ ରଖାଯାଇଥିବା ଡମ୍ପକୁ ଠାବ କରିଥିଲା।ଡମ୍ପରୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା, ବିସ୍ଫୋରକ ଏବଂ ମାଓବାଦୀଙ୍କ ବ୍ୟବହାରରେ ଆସୁଥିବା ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଏହାସହ ମାଓବାଦୀଙ୍କ ସାହିତ୍ୟ, ଶିବିର ସମ୍ବନ୍ଧୀୟ ଦସ୍ତାବିଜ ଓ ଅନ୍ୟାନ୍ୟ ସାମଗ୍ରୀ, ୱାକିଟକି ଏବଂ ଚାର୍ଜର ମଧ୍ୟ ଜବତ କରାଯାଇଛି।

ସୁରକ୍ଷା ବାହିନୀଙ୍କ ମତରେ, ଏଭଳି ଗୁପ୍ତ ଡମ୍ପ ଠାବ କରିବା ଦ୍ୱାରା ଲୁଚିଥିବା ମାଓ ନେଟୱାର୍କର ଗତିବିଧି ଓ ସମ୍ଭାବ୍ୟ କାର୍ଯ୍ୟକଳାପ ସମ୍ପର୍କରେ ତଥ୍ୟ ମିଳିବାର ସୁଯୋଗ ରହିଛି। ତେଣୁ ଡମ୍ପ ଉଦ୍ଧାରକୁ ମାଓବାଦୀ ବିରୋଧୀ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖାଯାଉଛି।ସୂଚନା ଅନୁସାରେ, ୨୦୨୬ ମାର୍ଚ୍ଚ ୩୧ ତାରିଖରେ ଓଡ଼ିଶାକୁ ନକ୍ସଲମୁକ୍ତ ଘୋଷଣା କରାଯାଇଥିଲା। ଏହାପରେ ମଧ୍ୟ ପୂର୍ବରୁ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବାହିନୀ ପକ୍ଷରୁ ନିୟମିତ ନଜରଦାରି ଓ ସନ୍ଧାନ ଅଭିଯାନ ଜାରି ରହିଛି। ସିଲକୁଟା ଜଙ୍ଗଲରୁ ଏହି ଡମ୍ପ ଠାବ ଘଟଣା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ଅଞ୍ଚଳରେ ସ୍ଥାୟୀ ଶାନ୍ତି ବଜାୟ ରଖିବା ଦିଗରେ ଏକ ପଦକ୍ଷେପ ବୋଲି କୁହାଯାଉଛି।

You may also like

Leave a Comment