Home Featured୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

by Gulshan Pandey
0 comments

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆସନ୍ତା ଜୁଲାଇ ୩ ତାରିଖରୁ ଓଡ଼ିଶାର ଏକ ୩ ଦିନିଆ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ବରଗଡ଼, ସମ୍ବଲପୁର, କଟକ ଏବଂ ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ।


​ଗୃହମନ୍ତ୍ରୀ ଜୁଲାଇ ୩ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀର ପାଲମ୍ ବିମାନବନ୍ଦରରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ବାହାରି ରାତି ପ୍ରାୟ ୮:୪୦ ମିନିଟ୍‌ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ।

​୪ ଜୁଲାଇ (ଶନିବାର): ବରଗଡ଼ ଏବଂ ସମ୍ବଲପୁର ଗସ୍ତ
​ବରଗଡ଼ ଗସ୍ତ ଏବଂ ଇଥାନଲ ପ୍ଲାଣ୍ଟ ଉଦ୍‌ଘାଟନ କରିବେ।

ଶନିବାର ସକାଳ ୧୦:୪୦ ରେ ଶାହ ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ବରଗଡ଼ ଅଭିମୁଖେ ବାହାରିବେ। ପୂର୍ବାହ୍ନ ୧୧:୨୦ ରେ ବାଉଁଶିଙ୍ଘା ସ୍ଥିତ BPCL ୨G ଇଥାନଲ ପ୍ଲାଣ୍ଟ ପରିଦର୍ଶନ କରିବେ। ଏହାପରେ ବରଗଡ଼ର ଜନସଭା ସ୍ଥଳରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ୨G ଇଥାନଲ ପ୍ଲାଣ୍ଟର ଆନୁଷ୍ଠାନିକ ଉଦ୍‌ଘାଟନ କରିବେ।

ଅପରାହ୍ନ ପ୍ରାୟ ୧:୨୦ ରେ ଗୃହମନ୍ତ୍ରୀ ସମ୍ବଲପୁର ବୁର୍ଲା MCL ହେଲିପ୍ୟାଡ୍‌ରେ ପହଞ୍ଚିବେ। ବୁର୍ଲା MCL ବିଶ୍ରାମ ଗୃହରେ ମଧ୍ୟାହ୍ନ ଭୋଜନ ସାରିବା ପରେ ସେ ଅପରାହ୍ନ ୨:୧୦ ରେ ପ୍ରସିଦ୍ଧ ମା’ ସମଲେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା ଓ ଦର୍ଶନ କରିବେ। ଏହାପରେ ସେ ସମ୍ବଲପୁରର ରେମେଡ୍ ପଡିଆ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ
କରିବେ।

​ଏହାପରେ ଝାରସୁଗୁଡ଼ା ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ସନ୍ଧ୍ୟା ୫:୩୫ ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଶନିବାର ରାତିରେ ସେ ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ଫେୟାର୍‌ରେ ରହିବେ।

​ଜୁଲାଇ 5 ତାରିଖରେ ​ରବିବାର ସକାଳ ୧୦:୫୦ ରେ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ବାହାରି ସେ କଟକ ଜିଲ୍ଲାର ବଡ଼ମ୍ବାଠାରେ ପହଞ୍ଚିବେ। ପୂର୍ବାହ୍ନ ୧୧:୨୫ ରେ ବଡ଼ମ୍ବା ଚିନିକଳ (Badamba Sugar Mill) ର ପୁନରୁଦ୍ଧାର ଉତ୍ସବ (Revitalization Ceremony) ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

​ଏହାପରେ ଅପରାହ୍ନ ୩:୦୦ ଟାରେ ଶ୍ରୀ ଶାହ ଭୁବନେଶ୍ୱର ସ୍ଥିତ ୭ମ OSAP ବାଟାଲିୟନ ପରିସରକୁ ଯିବେ। ସେଠାରେ ସେ ଓଡ଼ିଶା ପୋଲିସର ପ୍ରେସିଡେଣ୍ଟସ୍ କଲର୍ସ ପ୍ରେଜେଣ୍ଟେସନ (President’s Colours Presentation) ଉତ୍ସବରେ ସାମିଲ ହେବେ। ଏହାପରେ ସନ୍ଧ୍ୟା ୬:୨୦ ରେ କେନ୍ଦ୍ର ଗୃହମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।

You may also like

Leave a Comment