Home Featuredମହାବୀର ପାହାଡ଼ ତଳେ ୨୫ ହାତୀଙ୍କ ଡେରା

ମହାବୀର ପାହାଡ଼ ତଳେ ୨୫ ହାତୀଙ୍କ ଡେରା

by Lokanath Panigrahi
0 comments

ସୁନ୍ଦରଗଡ଼ ବନଖଣ୍ଡ ଅଧୀନ ବଡ଼ଗାଁ ବନାଞ୍ଚଳର ମହାବୀର ପାହାଡ଼ ପାଦଦେଶ ସ୍ଥିତ କଦୋପଡ଼ା ନିକଟରେ ପ୍ରାୟ ୨୫ଟି ହାତୀଙ୍କ ଏକ ପଲ ଠାବ ହୋଇଛି। ରାତି ସମୟରେ ହାତୀପଲଟି ଗାଁ ନିକଟସ୍ଥ ବିଲ ଅଞ୍ଚଳରେ ରହିଥିବାବେଳେ ସକାଳ ହେବା ପରେ ପାହାଡ଼ ଅଭିମୁଖେ ଯାଇଥିବା ସୂଚନା ମିଳିଛି।ହାତୀପଲର ଉପସ୍ଥିତି ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କର ଗତିବିଧି ଉପରେ ନିରନ୍ତର ନଜର ରଖିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ହାତୀପଲରେ ଛତିଶଗଡ଼ ଓ ଝାଡ଼ଖଣ୍ଡ ଅଞ୍ଚଳରୁ ଆସିଥିବା ହାତୀ ଥିବା ଅନୁମାନ କରାଯାଉଛି।

ହାତୀପଲରେ ଛୁଆ ହାତୀ ମଧ୍ୟ ଥିବାରୁ ମା’ ହାତୀମାନେ ଅଧିକ ସତର୍କ ଓ ଆକ୍ରମଣାତ୍ମକ ହୋଇପାରନ୍ତି ବୋଲି ବନ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ନିକଟକୁ ନ ଯିବା, ହାତୀପଲ ନିକଟକୁ ନ ଯିବା ଏବଂ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ହାତୀପଲର ଗତିବିଧିକୁ ନେଇ ଆଖପାଖ ଗ୍ରାମଗୁଡ଼ିକରେ ଭୟର ପରିବେଶ ସୃଷ୍ଟି ହୋଇଛି। କୌଣସି ଅଘଟଣକୁ ଏଡ଼ାଇବା ପାଇଁ ବନ ବିଭାଗ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବାବେଳେ ଗ୍ରାମବାସୀଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛି।

You may also like

Leave a Comment