Home Featuredହ୍ବାଟ୍‌ସଆପ୍‌ ‘ୟୁଜରନେମ୍‌’ ସୁବିଧା ଉପରେ ସରକାରଙ୍କ ରୋକ, ‘ମେଟା’କୁ ଜବାବ ତଲବ

ହ୍ବାଟ୍‌ସଆପ୍‌ ‘ୟୁଜରନେମ୍‌’ ସୁବିଧା ଉପରେ ସରକାରଙ୍କ ରୋକ, ‘ମେଟା’କୁ ଜବାବ ତଲବ

by Lokanath Panigrahi
0 comments

ନୂଆଦିଲ୍ଲୀ: ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ର ପ୍ରସ୍ତାବିତ ‘ୟୁଜରନେମ୍‌’ ସୁବିଧାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକାଶ କରିଛନ୍ତି। ସାଇବର ଠକେଇ ବୃଦ୍ଧି ପାଇବାର ଆଶଙ୍କା ଦୃଷ୍ଟିରୁ ଏହି ସୁବିଧାକୁ ତତ୍କାଳ କାର୍ଯ୍ୟକାରୀ ନ କରିବାକୁ ହ୍ବାଟ୍‌ସଆପ୍‌ର ମାଲିକାନା ସଂସ୍ଥା ‘ମେଟା’କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ତିନି ଦିନ ମଧ୍ୟରେ ଏହି ଫିଚର୍‌ର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ କମ୍ପାନିକୁ କୁହାଯାଇଛି।

ଏହି ପ୍ରସଙ୍ଗରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ‘ମେଟା’କୁ ନୋଟିସ୍‌ ଜାରି କରାଯାଇଛି। ସରକାରଙ୍କ କହିବାନୁସାରେ, ‘ୟୁଜରନେମ୍‌’ ବ୍ୟବସ୍ଥା ଲାଗୁ ହେଲେ ସାଇବର ଅପରାଧୀମାନେ ନିଜର ପରିଚୟ ଲୁଚାଇ ସାଧାରଣ ଲୋକଙ୍କୁ ସହଜରେ ଠକିପାରନ୍ତି। ତେଣୁ ଏହି ସୁବିଧାର ସମସ୍ତ ଦିଗକୁ ଯାଞ୍ଚ କରିବା ପରେ ହିଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ବର୍ତ୍ତମାନ ହ୍ବାଟ୍‌ସଆପ୍‌ ଆକାଉଣ୍ଟ ମୋବାଇଲ୍‌ ନମ୍ବର ଆଧାରରେ ସୃଷ୍ଟି ହେଉଛି। କିନ୍ତୁ ବ୍ୟକ୍ତିଗତ ମୋବାଇଲ୍‌ ନମ୍ବର ସାର୍ବଜନୀନ ନ କରିବା ପାଇଁ କମ୍ପାନି ‘ୟୁଜରନେମ୍‌’ ବ୍ୟବସ୍ଥା ଆଣିବାକୁ ଯୋଜନା କରିଛି। ତେବେ ଏହାକୁ ନେଇ ସୁରକ୍ଷା ସମ୍ପର୍କିତ ପ୍ରଶ୍ନ ଉଠିଥିବାରୁ ସରକାର ସତର୍କ ଅବସ୍ଥାନ ଗ୍ରହଣ କରିଛନ୍ତି।

ସୋସିଆଲ୍‌ ମିଡିଆରେ ମଧ୍ୟ ‘ୟୁଜରନେମ୍‌’ ସୁବିଧାର ସମ୍ଭାବ୍ୟ ଅପବ୍ୟବହାରକୁ ନେଇ ବ୍ୟାପକ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ, ହ୍ବାଟ୍‌ସଆପ୍‌ ଆଗାମୀ ମାସଗୁଡ଼ିକରେ ପର୍ଯ୍ୟାୟକ୍ରମେ ବିଭିନ୍ନ ଦେଶରେ ଏହି ସୁବିଧା ଆରମ୍ଭ କରିବାକୁ ଯୋଜନା କରିଥିବାବେଳେ, ବ୍ୟବହାରକାରୀମାନଙ୍କୁ ନିଜ ପସନ୍ଦର ‘ୟୁଜରନେମ୍‌’ ସଂରକ୍ଷିତ କରି ରଖିବାକୁ ପରାମର୍ଶ ଦେଇଛି।

You may also like

Leave a Comment