Home FeaturedMMDR ସଂଶୋଧନ ଆଇନ ରଦ୍ଦ ଦାବିରେ ଇଣ୍ଡି ମେଣ୍ଟର ଗଣସମାବେଶ

MMDR ସଂଶୋଧନ ଆଇନ ରଦ୍ଦ ଦାବିରେ ଇଣ୍ଡି ମେଣ୍ଟର ଗଣସମାବେଶ

by Lokanath Panigrahi
0 comments

ରାୟଗଡ଼ା: MMDR ସଂଶୋଧନ ଆଇନ-୨୦୨୬କୁ ରଦ୍ଦ କରିବା ଦାବିରେ ରାୟଗଡ଼ା ସଦର ମହକୁମାରେ ଇଣ୍ଡି ମେଣ୍ଟ ପକ୍ଷରୁ ଐକ୍ୟବଦ୍ଧ ଗଣସମାବେଶ ଅନୁଷ୍ଠିତ ହୋଇଛି। କଂଗ୍ରେସ, ସିପିଆଇ, ସିପିଆଇ(ଏମ୍) ଓ ସିପିଆଇ(ଏମ୍ଏଲ୍) ଲିବରେସନ୍ ସମେତ ବିଭିନ୍ନ ବିରୋଧୀ ଦଳର ନେତା ଓ କର୍ମୀମାନେ ଏହି ସମାବେଶରେ ସାମିଲ ହୋଇ ଆଇନକୁ ନେଇ ନିଜ ଆପତ୍ତି ଓ ଦାବି ଉପସ୍ଥାପନ କରିଛନ୍ତି।

ସମାବେଶରେ ବକ୍ତାମାନେ MMDR ସଂଶୋଧନ ଆଇନକୁ ନେଇ ନିଜ ନିଜ ମତ ରଖିବା ସହ ଏହାକୁ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରନ୍ତୁ ବୋଲି କହିଥିଲେ।

ଏଥିସହ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ଦାବି ହୋଇଛି। ଏହା ସହିତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି MMDR ସଂଶୋଧନ ଆଇନ ସମ୍ପର୍କରେ ରାଜ୍ୟର ପକ୍ଷ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ମଧ୍ୟ ବିରୋଧୀ ଦଳଗୁଡ଼ିକ ଦାବି ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ପ୍ରସଙ୍ଗରେ ପୂର୍ବରୁ ମଧ୍ୟ ବିରୋଧୀ ଦଳଗୁଡ଼ିକ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଦାବି କରିଥିଲେ। ତେବେ ସ୍ୱତନ୍ତ୍ର ଅଧିବେଶନ ଡାକିବାର ଆବଶ୍ୟକତା ନଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିବା ବିରୋଧୀ ଦଳଗୁଡ଼ିକ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ, ଅଗଷ୍ଟ ମାସରେ ଇଣ୍ଡି ମେଣ୍ଟର ବୈଠକରେ ଆଗାମୀ ସେପ୍ଟେମ୍ବର ୨୯ ତାରିଖରେ ବିଧାନସଭା ଘେରାଉ କରିବା ନେଇ ନିଷ୍ପତ୍ତି ହୋଇଥିଲା। ରାୟଗଡ଼ାର ଏହି ଗଣସମାବେଶରୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନେତାମାନେ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଆହ୍ୱାନ ଦେଇଛନ୍ତି।

You may also like

Leave a Comment