Home Nationalଭାରତର ଅର୍ଥନୀତି ୭.୧% ହାରରେ ବଢ଼ିବ, ଆକଳନ ବଢ଼ାଇଲା ବିଶ୍ୱବ୍ୟାଙ୍କ

ଭାରତର ଅର୍ଥନୀତି ୭.୧% ହାରରେ ବଢ଼ିବ, ଆକଳନ ବଢ଼ାଇଲା ବିଶ୍ୱବ୍ୟାଙ୍କ

by Sunita Jena
0 comments

ଭାରତୀୟ ଅର୍ଥନୀତିର ଗତିକୁ ନେଇ ବିଶ୍ୱବ୍ୟାଙ୍କ ଆଶାବାଦୀ ରହିଛି। ଏହାର ନୂଆ ‘ଇଣ୍ଡିଆ ଡେଭଲପମେଣ୍ଟ ଅପଡେଟ୍‌’ ରିପୋର୍ଟ ଅନୁଯାୟୀ, ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୭.୧% ରହିପାରେ। ପୂର୍ବରୁ ଏପ୍ରିଲ୍‌ରେ ବିଶ୍ୱବ୍ୟାଙ୍କ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬.୬% ରହିବ ବୋଲି ଅନୁମାନ କରିଥିଲା। ନୂଆ ଆକଳନରେ ସେହି ଅନୁମାନକୁ ୦.୫ ପ୍ରତିଶତ ପଏଣ୍ଟ ବଢ଼ାଯାଇଛି। ଦେଶରେ ଘରୋଇ ଚାହିଦା ଦୃଢ଼ ରହିବା ସହ ରପ୍ତାନି କ୍ଷେତ୍ରରେ ଭଲ ପ୍ରଦର୍ଶନ ଅର୍ଥନୀତିକୁ ସମର୍ଥନ ଦେଉଥିବା ବିଶ୍ୱବ୍ୟାଙ୍କ ଆକଳନ କରିଛି।

ଶିଳ୍ପ ଓ ସେବା କ୍ଷେତ୍ରରେ ମଧ୍ୟ କାର୍ଯ୍ୟକଳାପ ସ୍ଥିର ରହିବାର ଆଶା ରହିଛି। ଏହା ସହିତ ଘରୋଇ ଉପଭୋଗ ଓ ନିବେଶ ଭାରତୀୟ ଅର୍ଥନୀତିର ମୁଖ୍ୟ ଆଧାର ହୋଇ ରହିପାରେ। ୨୦୨୫-୨୬ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୭.୮% ଥିବା ବେଳେ ଦୃଢ଼ ନିବେଶ ଓ ଉପଭୋକ୍ତା ଚାହିଦା ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।

ତେବେ ଆଗାମୀ ଦିନରେ କିଛି ବାହ୍ୟ ଚ୍ୟାଲେଞ୍ଜ ଭାରତୀୟ ଅର୍ଥନୀତି ପାଇଁ ଚିନ୍ତାର କାରଣ ହୋଇପାରେ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ମୂଲ୍ୟ ଦୀର୍ଘ ସମୟ ଧରି ଅଧିକ ରହିଲେ ଦେଶର ଆମଦାନି ଖର୍ଚ୍ଚ ଓ ଅର୍ଥନୀତି ଉପରେ ଚାପ ବଢ଼ିପାରେ। ସେହିପରି ଏଲ୍‌ ନିନୋ ପ୍ରଭାବରେ ପାଣିପାଗରେ ପରିବର୍ତ୍ତନ ହେଲେ କୃଷି ଉତ୍ପାଦନ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେୟାର ବଜାରରେ ବଡ଼ ଧରଣର ହ୍ରାସ ଘଟିଲେ ଦେଶକୁ ଆସୁଥିବା ପୁଞ୍ଜି ପ୍ରବାହ ଉପରେ ପ୍ରଭାବ ପଡ଼ିପାରେ ବୋଲି ମଧ୍ୟ ରିପୋର୍ଟରେ ସଙ୍କେତ ଦିଆଯାଇଛି।

ଅନ୍ୟପଟେ, କୃତ୍ରିମ ବୁଦ୍ଧିମତ୍ତା ବା ଏଆଇକୁ ଭାରତ ପାଇଁ ଭବିଷ୍ୟତର ଏକ ବଡ଼ ଅର୍ଥନୈତିକ ସୁଯୋଗ ଭାବେ ଦେଖାଯାଇଛି। ଦେଶର ବିଶାଳ ପ୍ରଯୁକ୍ତିଭିତ୍ତିକ ମାନବ ସମ୍ବଳ, ଆଇଟି କ୍ଷେତ୍ରର ଅଭିଜ୍ଞତା ଏବଂ ବିକଶିତ ଡିଜିଟାଲ୍‌ ଭିତ୍ତିଭୂମି ଏଆଇର ବ୍ୟାପକ ବ୍ୟବହ

You may also like

Leave a Comment