Home Odishaଓଡ଼ିଶାର ୧୩ଟି ବିଶ୍ୱବିଦ୍ୟାଳୟରେ ABVPର ବିଜୟ, ଅମିତ ଶାହଙ୍କ ଶୁଭେଚ୍ଛା

ଓଡ଼ିଶାର ୧୩ଟି ବିଶ୍ୱବିଦ୍ୟାଳୟରେ ABVPର ବିଜୟ, ଅମିତ ଶାହଙ୍କ ଶୁଭେଚ୍ଛା

by Lokanath Panigrahi
0 comments

‘ରାଷ୍ଟ୍ର ପ୍ରଥମ’ ବିଚାରଧାରାର ବିଜୟ କହିଲେ କେନ୍ଦ୍ର ଗୃହମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ସଂଗଠନର ବିଜୟକୁ ନେଇ ସେ ଏବିଭିପିର କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ଅମିତ ଶାହ ଏହି ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ସଫଳତାକୁ ଯୁବପିଢ଼ିଙ୍କ ମଧ୍ୟରେ ‘ରାଷ୍ଟ୍ର ପ୍ରଥମ’ ବିଚାରଧାରାର ଗ୍ରହଣୀୟତା ସହ ଯୋଡ଼ିଛନ୍ତି ସେ।

ନିଜ ପୋଷ୍ଟରେ ଅମିତ ଶାହ ପଞ୍ଜାବ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରେ ଓଡ଼ିଶାର ୧୩ଟି ବିଶ୍ୱବିଦ୍ୟାଳୟରେ ଏବିଭିପିର ବିଜୟକୁ ଉଲ୍ଲେଖ କରିଛନ୍ତି। ଏହି ସଫଳତା ପାଇଁ ସେ ସଂଗଠନର କର୍ମକର୍ତ୍ତାଙ୍କ ପରିଶ୍ରମକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି।

ଏହାସହ ନିର୍ବାଚନ ଫଳାଫଳକୁ ମିଥ୍ୟା ପ୍ରଚାର ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ଶକ୍ତିମାନଙ୍କ ପାଇଁ ଏକ ଜବାବ ବୋଲି ସେ ନିଜ ପୋଷ୍ଟରେ ମତ ରଖିଛନ୍ତି।

ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ପରେ ଛାତ୍ର ରାଜନୀତିରେ ଏବିଭିପିର ସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି।

You may also like

Leave a Comment