Home Featuredଜମି ପଞ୍ଜୀକରଣରେ ଜାଲିଆତି ଅଭିଯୋଗ: ଜିଲ୍ଲାପାଳଙ୍କୁ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ

ଜମି ପଞ୍ଜୀକରଣରେ ଜାଲିଆତି ଅଭିଯୋଗ: ଜିଲ୍ଲାପାଳଙ୍କୁ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ

by Sunita Jena
0 comments

ରାଜ୍ୟରେ ଜମି ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ନିୟମାନୁସାରେ ପରିଚାଳନା କରିବାକୁ ସରକାର ଗୁରୁତ୍ୱ ଦେଇଛନ୍ତି। ପଞ୍ଜୀକରଣ ପ୍ରକ୍ରିୟାରେ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବା ସହ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ନିୟମିତ ନଜରଦାରି କରିବାକୁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି।ନୂଆପଡ଼ା ଜିଲ୍ଲାରେ ଜମି ପଞ୍ଜୀକରଣକୁ ନେଇ ଏକ ଗୁରୁତର ଅନିୟମିତତା ସାମ୍ନାକୁ ଆସିବା ପରେ ବିଭାଗ ଏହି ପଦକ୍ଷେପ ନେଇଛି। କୋମନା ତହସିଲର ତହସିଲଦାର ତଥା ସବ୍‌-ରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ସର୍ବେଶ୍ୱର ଜାଲଙ୍କୁ ଏହି ଘଟଣାରେ ସରକାର ନିଲମ୍ବିତ କରିଛନ୍ତି।

ପ୍ରାଥମିକ ତଦନ୍ତରେ ଏକ ବଡ଼ ଜମିଖଣ୍ଡର ପଞ୍ଜୀକରଣରେ ଅନିୟମିତତା ହୋଇଥିବା ନେଇ ସୂଚନା ମିଳିଥିବା କୁହାଯାଇଛି। ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ପାଇବା ପରେ ସରକାର ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ନିଲମ୍ବନ ପଦକ୍ଷେପ ନେଇଛନ୍ତି।ଏହି ଘଟଣା ପରେ ସମସ୍ତ ଜିଲ୍ଲାର ପଞ୍ଜୀକରଣ କାର୍ଯ୍ୟାଳୟ ଉପରେ ନଜରଦାରି ବଢ଼ାଇବାକୁ ନିର୍ଦ୍ଦେଶ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଜିଷ୍ଟ୍ରାରମାନେ ନିୟମିତ ଭାବେ ପଞ୍ଜୀକରଣ ସମ୍ପର୍କିତ କାର୍ଯ୍ୟର ସମୀକ୍ଷା କରିବେ। ଏଥିସହ ଅଚାନକ କାର୍ଯ୍ୟାଳୟ ପରିଦର୍ଶନ କରି ଦସ୍ତାବିଜ ଓ କାର୍ଯ୍ୟପ୍ରଣାଳୀ ଯାଞ୍ଚ କରିବାକୁ ମଧ୍ୟ କୁହାଯାଇଛି।

ସରକାରଙ୍କ ଲକ୍ଷ୍ୟ ହେଉଛି, ପ୍ରଯୁକ୍ତିର ସଠିକ୍ ବ୍ୟବହାର ମାଧ୍ୟମରେ ଜମି ପଞ୍ଜୀକରଣରେ ସ୍ୱଚ୍ଛତା, ଦକ୍ଷତା ଓ ଉତ୍ତରଦାୟିତ୍ୱ ବଢ଼ାଇବା। କୌଣସି ପ୍ରକାରର ଜାଲିଆତି କିମ୍ବା ନିୟମ ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାହିଁ। ଅନିୟମିତତା ଚିହ୍ନଟ ହେଲେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ନିୟମ ଅନୁସାରେ କଠୋର ପଦକ୍ଷେପ ନିଆଯିବ ବୋଲି ବିଭାଗ ସ୍ପଷ୍ଟ କରିଛି।

You may also like

Leave a Comment