ଜାତୀୟ ରାଜପଥ ଦେଇ ଗୋରୁ ପରିବହନ ହେଉଥିବା ନେଇ ସୂଚନା ପାଇ ବୈଶିଙ୍ଗା ଅଞ୍ଚଳରେ ଏକ କଣ୍ଟେନରକୁ ଅଟକାଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦର କର୍ମୀ। ବେତନଟୀ ଅଞ୍ଚଳରୁ କଣ୍ଟେନରଟିକୁ ପିଛା କରି ୧୮ ନମ୍ବର ଜାତୀୟ ରାଜପଥର ହାତୀଝୁରି ନିକଟରେ ଅଟକାଯାଇଥିଲା।ସୂଚନା ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନର ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଏହା ଭିତରୁ ୩୦ରୁ ଅଧିକ ଗାଈ ଓ ବାଛୁରୀ ମିଳିଥିଲେ। ପଶୁମାନଙ୍କୁ ଅତ୍ୟନ୍ତ ସଙ୍କୁଚିତ ଅବସ୍ଥାରେ ପରିବହନ କରାଯାଉଥିବା ପୁଲିସ ଦେଖିଥିଲା।
ପୁଲିସ କଣ୍ଟେନରକୁ ଜବତ କରିବା ସହ ଚାଳକଙ୍କ ସମେତ ତାଙ୍କ ସହ ଥିବା ଅନ୍ୟ ୩ ଜଣଙ୍କୁ ଅଟକ ରଖିଛି। ଗୋରୁଗୁଡ଼ିକ କେଉଁଠାରୁ ଆସିଥିଲେ, କେଉଁଠାକୁ ନିଆଯାଉଥିଲା ଏବଂ ପରିବହନ ପାଇଁ ଆବଶ୍ୟକ ଅନୁମତି ଥିଲା କି ନାହିଁ, ସେନେଇ ତଦନ୍ତ ଚାଲିଛି।ଚାଳକଙ୍କ କହିବା ଅନୁସାରେ, କଣ୍ଟେନରଟି ବିହାରର ମୁଜାଫରପୁରରୁ ବିଶାଖାପାଟଣା ଯାଉଥିଲା। ଉଦ୍ଧାର ହୋଇଥିବା ଗାଈ ଓ ବାଛୁରୀଙ୍କର ପ୍ରାଣୀଧନ ଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇବା ପରେ ସେମାନଙ୍କୁ ବାଲେଶ୍ୱରର ଏକ ଗୋଶାଳାକୁ ପଠାଯାଇଛି। ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି ନେଇ ପୁଲିସ ତଦନ୍ତ ଜାରି ରଖିଛି।
