Home Uncategorizedନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ତିଖିରି ସରପଞ୍ଚ ଚାମେଲି ଓଝା

ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ତିଖିରି ସରପଞ୍ଚ ଚାମେଲି ଓଝା

by Gulshan Pandey
0 comments

କେନ୍ଦ୍ରାପଡ଼ା: ନିକଟରେ ଘଟିଥିବା ବିବାଦୀୟ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ତିଖିରି ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଏବେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ନ୍ୟାୟ ଦାବି କରିଛନ୍ତି। ଓଡ଼ିଆ ଭାଷାରେ ଲିଖିତ ଏହି ପତ୍ରରେ ସେ ନିଜ ସହ ଘଟିଥିବା କଥିତ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାର ଉଲ୍ଲେଖ କରି ତ୍ୱରିତ ହସ୍ତକ୍ଷେପ ପାଇଁ ଅନୁରୋଧ ଜଣାଇଛନ୍ତି।

ଚାମେଲି ଓଝାଙ୍କ କହିବା ଅନୁସାରେ, ଘଟଣା ସମ୍ପର୍କରେ ସେ ପୂର୍ବରୁ ରାଜ୍ୟ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ। ତେବେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଦାବିରେ ସେ ଏବେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଏହି ମାମଲାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ମାମଲାରେ ସ୍ଥାନୀୟ ଅଦାଲତ ଜାମିନ ମଞ୍ଜୁର କରିଛନ୍ତି। ତଥାପି ସେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡ଼ିଛି।

ଅନ୍ୟପଟେ, ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡ଼ି ନଥିବା ନେଇ ଚାମେଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଘଟଣାର ସମସ୍ତ ପାଟ ଉପରେ ନିରପେକ୍ଷ ତଦନ୍ତ ହେବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।

ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଥିବା ବେଳେ, ଆଗାମୀ ଦିନରେ ଏହାର ତଦନ୍ତ କେଉଁ ଦିଗକୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

You may also like

Leave a Comment