25
ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଆସିଛି ଏକ ଖୁସି ଖବର। ଦୀର୍ଘ ଅପେକ୍ଷା ପରେ ରାଜ୍ୟ ସରକାର ୨୦୨୩ ଓ ୨୦୨୪ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପୁରସ୍କାର ତାଲିକା ପ୍ରକାଶ କରିଛନ୍ତି। ଦୁଇ ବର୍ଷ ପାଇଁ ମୋଟ ୬୪ଟି ବର୍ଗରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ।
୨୦୨୩ ବର୍ଷର ପ୍ରମୁଖ ପୁରସ୍କାର
- ଶ୍ରେଷ୍ଠ ଚଳଚ୍ଚିତ୍ର: ପୁଷ୍କରା ଏବଂ ମାଇଁ ସୁଇଟ୍ ହାଉସ୍ ୱାଇଫ୍
- ଶ୍ରେଷ୍ଠ ଅଭିନେତା: ହରିହର ମହାପାତ୍ର (ଧୋରେ ବାବୁ ଧୋ)
- ଶ୍ରେଷ୍ଠ ଅଭିନେତ୍ରୀ: ନୈନା ଦାସ ଓ ସୁପ୍ରିୟା ନାୟକ
- ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ନୈନା ଦାସ (ମାଇଁ ସୁଇଟ୍ ହାଉସ୍ ୱାଇଫ୍)
- ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ମୋ ବୋଉ ମୋ ଗାଁ
- ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଜୀବନବ୍ୟାପୀ ସାଧନା ସମ୍ମାନ: ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
୨୦୨୪ ବର୍ଷର ପ୍ରମୁଖ ପୁରସ୍କାର
- ଶ୍ରେଷ୍ଠ ଚଳଚ୍ଚିତ୍ର: ଆଶ୍ରମ
- ଶ୍ରେଷ୍ଠ ନିର୍ଦ୍ଦେଶକ: ଅଶୋକ ପତି (ଆଶ୍ରମ)
- ଶ୍ରେଷ୍ଠ ଅଭିନେତା: ବାବୁସାନ ମହାନ୍ତି (ପାବାର)
- ଶ୍ରେଷ୍ଠ ଅଭିନେତ୍ରୀ: ଦେବଯାନୀ ଦେଘୁରିଆ (ଭଗିଆ ଭାରିଜା)
- ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର: ଫୁଲ ଫୁଟି ମହକିଲା
ଓଲିଉଡ୍ରେ ଉତ୍ସାହ
ଦୁଇ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏକାସାଙ୍ଗରେ ଘୋଷଣା ହେବା ପରେ ଓଡ଼ିଆ ସିନେ ଜଗତରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ଏହି ସମ୍ମାନ କେବଳ କଳାକାର ଓ ନିର୍ମାତାଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେବ ନୁହେଁ, ବରଂ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ନୂଆ ଉତ୍ସାହ ଓ ପ୍ରେରଣା ମଧ୍ୟ ଯୋଗାଇବ। ଆଗାମୀ ଦିନରେ ମୌଳିକ କାହାଣୀ ଓ ଉଚ୍ଚମାନର ସିନେମା ନିର୍ମାଣରେ ଏହି ସମ୍ମାନ ସକାରାତ୍ମକ ଭୂମିକା ନେବ ବୋଲି ସିନେ ମହଲରେ ଆଶା କରାଯାଉଛି।
