Home Nationalଭୁବନେଶ୍ୱରରୁ ମୁମ୍ବାଇ ପାଇଁ ଚାଲିବ ସ୍ପେଶାଲ ଟ୍ରେନ୍, ଆଜି ରାତି ୧୧ଟାରେ ଛାଡ଼ିବ ଟ୍ରେନ୍

ଭୁବନେଶ୍ୱରରୁ ମୁମ୍ବାଇ ପାଇଁ ଚାଲିବ ସ୍ପେଶାଲ ଟ୍ରେନ୍, ଆଜି ରାତି ୧୧ଟାରେ ଛାଡ଼ିବ ଟ୍ରେନ୍

by Gulshan Pandey
0 comments

ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱରରୁ ମୁମ୍ବାଇର ଲୋକମାନ୍ୟ ତିଳକ ଟର୍ମିନସ୍ (LTT) ପର୍ଯ୍ୟନ୍ତ ଏକ ଓ୍ୱାନ୍ ୱେ ସ୍ପେଶାଲ ଟ୍ରେନ୍ ଚଳାଚଳ କରାଯିବ। ଅଧିକ ସଂଖ୍ୟକ ଯାତ୍ରୀଙ୍କ ସୁବିଧା ଏବଂ ଭିଡ଼ କମାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।

ରେଳବାଇ ପକ୍ଷରୁ ଜାରି ସୂଚନା ଅନୁସାରେ, ଟ୍ରେନ୍ ନମ୍ବର ୦୮୪୦୭ ଭୁବନେଶ୍ୱର–ଲୋକମାନ୍ୟ ତିଳକ ଟର୍ମିନସ୍ ସ୍ପେଶାଲ ଏକ୍ସପ୍ରେସ୍ ଜୁନ୍ ୨୬ ତାରିଖ ଶୁକ୍ରବାର ରାତି ୧୧ଟାରେ ଭୁବନେଶ୍ୱର ଷ୍ଟେସନରୁ ଛାଡ଼ିବ। ଏହି ଟ୍ରେନ୍ ଜୁନ୍ ୨୮ ତାରିଖ ରବିବାର ସକାଳ ୯ଟାରେ ମୁମ୍ବାଇର ଲୋକମାନ୍ୟ ତିଳକ ଟର୍ମିନସ୍‌ରେ ପହଞ୍ଚିବ।

ଯାତ୍ରା ସମୟରେ ଏହି ସ୍ପେଶାଲ ଟ୍ରେନ୍ ନରାଜ ମାର୍ଥାପୁର, ଢେଙ୍କାନାଳ, ଅନୁଗୁଳ, ତାଳଚେର ରୋଡ୍, ସମ୍ବଲପୁର, ବରଗଡ଼ ରୋଡ୍, ବଲାଙ୍ଗୀର, କଣ୍ଟାବାଞ୍ଜି, ଟିଟିଲାଗଡ଼, ଖଡ଼ିଆର ରୋଡ୍, ମହାସମୁନ୍ଦ, ରାୟପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ବଡନେରା, ଅକୋଲା, ଭୁସାୱଲ, ନାଶିକ୍ ରୋଡ୍ ଏବଂ କଲ୍ୟାଣ ଷ୍ଟେସନରେ ରହଣି କରିବ।

ଏହି ସ୍ପେଶାଲ ଟ୍ରେନ୍‌ରେ ମୋଟ ୩ଟି AC-2 ଟିୟର କୋଚ୍, ୪ଟି AC-3 ଟିୟର କୋଚ୍, ୯ଟି ସ୍ଲିପର କୋଚ୍ ଏବଂ ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧା ସହ ୨ଟି ଲଗେଜ୍-କମ୍-ଜେନେରେଟର-କମ୍-ବ୍ରେକ୍ ଭ୍ୟାନ୍ ରହିବ।

ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ଯାତ୍ରା ପୂର୍ବରୁ ଟ୍ରେନର ସମୟ ଓ ଅନ୍ୟାନ୍ୟ ସୂଚନା ପାଇଁ ନ୍ୟାସନାଲ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) କିମ୍ବା ରେଳବାଇର ଅଫିସିଆଲ ଏନକ୍ୱାରୀ ସେବାରେ ଯାଞ୍ଚ କରିନେବାକୁ।

You may also like

Leave a Comment