Home Featuredତ୍ରିଶୁଳିଆ ବ୍ରିଜ୍‌ରେ ଭୟଙ୍କର ଦୁର୍ଘଟଣା, ହାଇୱା ଧକ୍କାରେ କାର୍ ଚାଳକଙ୍କ ମୃତ୍ୟୁ

ତ୍ରିଶୁଳିଆ ବ୍ରିଜ୍‌ରେ ଭୟଙ୍କର ଦୁର୍ଘଟଣା, ହାଇୱା ଧକ୍କାରେ କାର୍ ଚାଳକଙ୍କ ମୃତ୍ୟୁ

by Gulshan Pandey
0 comments

କଟକ ଜିଲ୍ଲାର ତ୍ରିଶୁଳିଆ ବ୍ରିଜ୍‌ ଉପରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱା ଟ୍ରକ ଓ କାର୍‌ ମଧ୍ୟରେ ଧକ୍କା ହେବାରୁ କାର୍ ଚାଳକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ତ୍ରିଶୁଳିଆ ବ୍ରିଜ୍‌ ଉପରେ ଯାଉଥିବା ବେଳେ ଏକ ହାଇୱା ଟ୍ରକ କାର୍‌କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାର୍‌ଟି ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅନ୍ୟପଟେ କାର୍ ଚାଳକ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ଜଣାପଡ଼ିଛି। ଖବର ପାଇ ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ହାଇୱା ଟ୍ରକକୁ ଜବତ କରିଛି।

ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣାର ପ୍ରକୃତ କାରଣ କଣ ଥିଲା ଏବଂ ଫେରାର ହାଇୱା ଚାଳକଙ୍କୁ ଠାବ କରିବା ପାଇଁ ତଦନ୍ତ ଜାରି ରହିଛି।

ଏହି ଦୁର୍ଘଟଣା ପରେ ତ୍ରିଶୁଳିଆ ବ୍ରିଜ୍‌ ଅଞ୍ଚଳରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

You may also like

Leave a Comment