Home Featuredଓଡ଼ିଶାର ସଡ଼କ ଓ ପରିବହନ ବ୍ୟବସ୍ଥାକୁ ବଡ଼ ଉପହାର, ୧,୧୯୧ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ଓଡ଼ିଶାର ସଡ଼କ ଓ ପରିବହନ ବ୍ୟବସ୍ଥାକୁ ବଡ଼ ଉପହାର, ୧,୧୯୧ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

by Gulshan Pandey
0 comments

ଭୁବନେଶ୍ୱର: ଓଡ଼ିଶାର ସଡ଼କ ଓ ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ୧,୧୯୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁବିଧାଜନକ ଓ ଦ୍ରୁତ କରିବ ବୋଲି ଆଶା କରାଯାଉଛି।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଜୁନ୍ ୨୦ ତାରିଖରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ ହୋଇଥିଲା।

ଏହି ଅବସରରେ ମୋଟ ୯ଟି ପ୍ରକଳ୍ପ ଲୋକଙ୍କୁ ସମର୍ପିତ କରାଯାଇଛି। ସେଥିମଧ୍ୟରୁ ୪ଟି ଜାତୀୟ ରାଜପଥ ପ୍ରକଳ୍ପର ମୋଟ ମୂଲ୍ୟ ୫୩୬.୮୮ କୋଟି ଟଙ୍କା ରହିଛି।

ଲୋକାର୍ପିତ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ହେଲା ନୟାଗଡ଼ ବାଇପାସ (NH-57), ରିଗଡୋଲ-ବେଲଗାଁ ରାସ୍ତା (NH-59), ରେମାଳ ବାଇପାସ (NH-53) ଏବଂ କୋଟପାଡ଼ ବାଇପାସ (NH-63)।

ଏହାଛଡ଼ା ୨୭୪.୯୮ କୋଟି ଟଙ୍କା ବ୍ୟୟରେ ୫ଟି ସଡ଼କ ଓ ସେତୁ ପ୍ରକଳ୍ପର ମଧ୍ୟ ଉଦ୍ଘାଟନ କରାଯାଇଛି। ଏଥିରେ କଟକର ତାଳଦଣ୍ଡା କେନାଲ ଡାହାଣ ପାର୍ଶ୍ୱ ରାସ୍ତା, ଭଦ୍ରକର ଇଚ୍ଛାପୁର-ବାସୁଦେବପୁର ରାସ୍ତା, ଢେଙ୍କାନାଳର ଢେଙ୍କାନାଳ-କଇମାଟି-ଜୋରନ୍ଦା ରାସ୍ତା, ବରଗଡ଼ର ବିଜେପୁର-ଡୁବଲାବାହାଲ ରାସ୍ତା ଏବଂ ନବରଙ୍ଗପୁରର ଦେଓବନ୍ଧା-ଚନ୍ଦାହାଣ୍ଡି-ଫଟକି ରାସ୍ତା ସାମିଲ ରହିଛି।

ଏହି କାର୍ଯ୍ୟକ୍ରମରେ ୩୭୯.୮୪ କୋଟି ଟଙ୍କା ବ୍ୟୟର ୩ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରାଯାଇଛି।

ଏଥିରେ କଟକର କାଠଯୋଡ଼ି ନଦୀ ଉପରେ ହାଇଲେଭେଲ ସେତୁ, ବୌଦ୍ଧ ଜିଲ୍ଲାର ଢାଲପୁର-ହରଭଙ୍ଗା ରାସ୍ତା ଏବଂ ନୂଆପଡ଼ା-ଘାଟିପଡ଼ା NH-353 ରାସ୍ତାର ପ୍ରଶସ୍ତୀକରଣ କାମ ସାମିଲ ରହିଛି।

ସରକାରଙ୍କ ମତାନୁସାରେ, ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲା ମଧ୍ୟରେ ସଂଯୋଗ ବ୍ୟବସ୍ଥା ଆହୁରି ଉନ୍ନତ ହେବ। ଲୋକମାନଙ୍କ ଯାତାୟାତ ସୁବିଧା ବଢ଼ିବା ସହ ବ୍ୟବସାୟ, ପରିବହନ ଓ ଆର୍ଥିକ କାର୍ଯ୍ୟକଳାପକୁ ମଧ୍ୟ ଗତି ମିଳିବ।

ବିଶେଷକରି ନୂଆ ବାଇପାସ, ସଡ଼କ ଓ ସେତୁ ପ୍ରକଳ୍ପ ଦ୍ୱାରା ଟ୍ରାଫିକ ଚାପ କମିବା ସହ ଯାତ୍ରା ସମୟ ହ୍ରାସ ପାଇବ। ଏହା ରାଜ୍ୟର ପରିବହନ ବ୍ୟବସ୍ଥାକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।

You may also like

Leave a Comment