Home FeaturedLPG ସଙ୍କଟ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି, ହଷ୍ଟେଲ ରୋଷେଇ ଘରରେ ଲାଗିବ PNG ସଂଯୋଗ

LPG ସଙ୍କଟ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି, ହଷ୍ଟେଲ ରୋଷେଇ ଘରରେ ଲାଗିବ PNG ସଂଯୋଗ

by Gulshan Pandey
0 comments

ରାଜ୍ୟରେ ଏଲପିଜି ସଙ୍କଟକୁ ଦୃଷ୍ଟିରେ ରଖି ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଯେଉଁ ସବୁ ଅଞ୍ଚଳରେ ପାଇପ୍ଡ ନ୍ୟାଚୁରାଲ୍ ଗ୍ୟାସ୍ ସୁବିଧା ଉପଲବ୍ଧ ରହିଛି, ସେଠାରେ ଥିବା ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନର ହଷ୍ଟେଲ ରୋଷେଇ ଘରରେ ଶୀଘ୍ର PNG ସଂଯୋଗ କରିବାକୁ କୁହାଯାଇଛି।

ଉଚ୍ଚଶିକ୍ଷା ବିଭାଗ କହିଛି ଯେ, ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତିରେ କୌଣସି ବାଧା ନଆସୁ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଏଲପିଜି ଅଭାବ ଯୋଗୁଁ ରୋଷେଇ କାମ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ବିକଳ୍ପ ବ୍ୟବସ୍ଥା ଭାବେ PNG ସଂଯୋଗ ନେବାକୁ ପରାମର୍ଶ ଦିଆଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯେଉଁ ସ୍ଥାନରେ PNG ନେଟୱର୍କ ପୂର୍ବରୁ ରହିଛି, ସେଠାରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଯଥାଶୀଘ୍ର ସଂଯୋଗ ନେଇ ହଷ୍ଟେଲ ରୋଷେଇ ବ୍ୟବସ୍ଥାକୁ ସ୍ୱାଭାବିକ ଭାବେ ଚଳାଇବାକୁ କୁହାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଏହି ନିର୍ଦ୍ଦେଶ ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଓ ସମ୍ବଲପୁରରେ କାର୍ଯ୍ୟକାରୀ କରାଯିବ। ଏହି ସହରଗୁଡ଼ିକର ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କୁ PNG ସଂଯୋଗ ଗ୍ରହଣ କରିବାକୁ ବିଭାଗ ପରାମର୍ଶ ଦେଇଛି।

କେବଳ PNG ସଂଯୋଗ ନେବା ନୁହେଁ, ହଷ୍ଟେଲ ରୋଷେଇ ଘରରେ ଗ୍ୟାସ ବ୍ୟବହାର ସମୟରେ ସମସ୍ତ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।

ଏହାସହ ବିଭାଗ ସମସ୍ତ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ଜୁନ୍ ୩୦ ସୁଦ୍ଧା ଏହି ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହୋଇଛି, ସେନେଇ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କହିଛି।

You may also like

Leave a Comment