5
ଭୁବନେଶ୍ୱର, ୨୫ ସେପ୍ଟେମ୍ବର ୨୦୨୬: ଦୁଇଟି ଭିନ୍ନ ଘଟଣାରେ ଗିରଫ ହୋଇ ଜେଲ୍ରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଲମ୍ବନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ଏବଂ କଟକ ସର୍କଲ ଜେଲ୍ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ।
ସରକାରୀ ସୂଚନା ଅନୁଯାୟୀ, ଉଭୟ ଅଧିକାରୀ ଭିନ୍ନ ମାମଲାରେ ଗିରଫ ହୋଇ ବର୍ତ୍ତମାନ ଜେଲ୍ କଷ୍ଟୋଡିରେ ଅଛନ୍ତି। ସରକାରୀ ନିୟମ ଅନୁସାରେ, କୌଣସି ସରକାରୀ କର୍ମଚାରୀ ୪୮ ଘଣ୍ଟାରୁ ଅଧିକ ସମୟ ଧରି ହେପାଜତରେ ରହିଲେ ତାଙ୍କୁ ନିଲମ୍ବନ କରାଯାଇଥାଏ।
ଏହି ନିୟମ ଅନୁଯାୟୀ ଅରୁଣ କୁମାର ବିଶ୍ୱାଳ ଓ ସୁଜିତ କୁମାର ରାଉଳଙ୍କୁ ନିଲମ୍ବନ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
