Home Featuredବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭: ମାର୍ଗଦର୍ଶିକା ଉନ୍ମୋଚନ, ୧୫ ଜୁଲାଇରୁ ଆବେଦନ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭: ମାର୍ଗଦର୍ଶିକା ଉନ୍ମୋଚନ, ୧୫ ଜୁଲାଇରୁ ଆବେଦନ

by Lokanath Panigrahi
0 comments

ଭୁବନେଶ୍ୱର, ୧୪ ଜୁଲାଇ: ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ପାଇଁ ମାର୍ଗଦର୍ଶିକାକୁ ଆଜି ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ, ସୁରକ୍ଷା ଓ ସରକାରୀ ସହଯୋଗ ସହିତ ଦେଶର ପ୍ରମୁଖ ତୀର୍ଥସ୍ଥଳୀ ଦର୍ଶନ କରିବାର ସୁଯୋଗ ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ।

ସରକାରଙ୍କ ସୂଚନା ଅନୁଯାୟୀ, ଯୋଜନା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୪୫,୫୫୫ରୁ ଅଧିକ ବରିଷ୍ଠ ନାଗରିକ ଏହାର ସୁବିଧା ନେଇ ଦେଶର ବିଭିନ୍ନ ପ୍ରସିଦ୍ଧ ତୀର୍ଥସ୍ଥଳୀ ପରିଦର୍ଶନ କରିସାରିଛନ୍ତି।

ଆବେଦନ କେବେ?

୨୦୨୬-୨୭ ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ୧୫ ଜୁଲାଇ ୨୦୨୬ରୁ ୧୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଚାଲିବ।

କିପରି କରିବେ ଆବେଦନ?

ଯୋଗ୍ୟ ବରିଷ୍ଠ ନାଗରିକମାନେ yatra.odisha.gov.in ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ଏହାସହ ମାର୍ଗଦର୍ଶିକାରେ ଉଲ୍ଲେଖ ଥିବା ବ୍ୟବସ୍ଥା ଅନୁଯାୟୀ ଅଫଲାଇନ୍ ମାଧ୍ୟମରେ ମଧ୍ୟ ଆବେଦନର ସୁବିଧା ରହିଛି।

ମାର୍ଗଦର୍ଶିକାରେ କ’ଣ ରହିଛି?

ପ୍ରକାଶିତ ମାର୍ଗଦର୍ଶିକାରେ ଯୋଜନାର ଯୋଗ୍ୟତା, ଆବେଦନ ପଦ୍ଧତି, ଲାଭାର୍ଥୀ ଚୟନ ପ୍ରକ୍ରିୟା ଓ ଅନ୍ୟାନ୍ୟ କାର୍ଯ୍ୟକାରୀ ବିଷୟ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି।

କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର କମିଶନର-ତଥା-ଶାସନ ସଚିବ ବଲୱନ୍ତ ସିଂ, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଆଇଆରସିଟିସି (IRCTC) ଭୁବନେଶ୍ୱରର ଆଞ୍ଚଳିକ ପ୍ରବନ୍ଧକ ଅନୁଜ ଦତ୍ତଙ୍କ ସମେତ ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment