Home Featuredବନ୍ୟା ଆଶଙ୍କା: ଜୁଲାଇ ୩୧ ପର୍ଯ୍ୟନ୍ତ ଖୋର୍ଦ୍ଧାର ସବୁ ସ୍କୁଲ ବନ୍ଦ

ବନ୍ୟା ଆଶଙ୍କା: ଜୁଲାଇ ୩୧ ପର୍ଯ୍ୟନ୍ତ ଖୋର୍ଦ୍ଧାର ସବୁ ସ୍କୁଲ ବନ୍ଦ

by Shubham Kumar
0 comments

ବନ୍ୟା ପରିସ୍ଥିତିର ଆଶଙ୍କାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରିଛି।

ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି, “ଖୋର୍ଦ୍ଧା ଜିଲ୍ଲା ଅଧୀନରେ ଥିବା ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମେତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଓଏଭି (OAV) ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଜୁଲାଇ ୩୦ ତାରିଖ ଦିନ ୧ଟାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ।”

ଆଦେଶରେ ଆହୁରି କୁହାଯାଇଛି ଯେ, ଜୁଲାଇ ୩୦ ତାରିଖରେ ମଧ୍ୟାହ୍ନ ଭୋଜନ (MDM) ନିର୍ଦ୍ଧାରିତ ସମୟ ପୂର୍ବରୁ ପରିବେଷଣ କରାଯିବ, ଯାହାଫଳରେ ଛାତ୍ରଛାତ୍ରୀମାନଙ୍କୁ ଦିନ ୧ଟା ସୁଦ୍ଧା ଛୁଟି ଦିଆଯାଇପାରିବ। ତେବେ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ସାଧାରଣ ଦିନ ପରି ବିଦ୍ୟାଳୟରେ ଉପସ୍ଥିତ ରହିବେ। ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ କୌଣସି କାଜୁଆଲ ଲିଭ୍ (CL) ମଞ୍ଜୁର କରାଯିବ ନାହିଁ।

ଜିଲ୍ଲାପାଳ ସମସ୍ତ ବିଦ୍ୟାଳୟ କୋଠା ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧାକୁ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି, ପ୍ରଧାନ ଶିକ୍ଷକମାନଙ୍କୁ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରି ବିଦ୍ୟାଳୟକୁ ୨୪ ଘଣ୍ଟା ଖୋଲା ରଖିବା ସହ ଜିଲ୍ଲା ପ୍ରଶାସନକୁ ଯେକୌଣସି ସମୟରେ ସହଯୋଗ କରିବାକୁ କୁହାଯାଇଛି।

ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ଯେ, “ଏହି ଦାୟିତ୍ୱ ପାଳନରେ କୌଣସି ପ୍ରକାର ଅବହେଳା କିମ୍ବା ତ୍ରୁଟିକୁ ଆଦୌ ବରଦାସ୍ତ କରାଯିବ ନାହିଁ।”

You may also like

Leave a Comment