Home Featuredବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଶେଷ ସନ୍ଧ୍ୟା ଦର୍ଶନ, ସନ୍ଧ୍ୟା ୬ଟା ପରେ ବନ୍ଦ ହେବ ଗୁଣ୍ଡିଚା ମନ୍ଦିର ପ୍ରବେଶ

ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଶେଷ ସନ୍ଧ୍ୟା ଦର୍ଶନ, ସନ୍ଧ୍ୟା ୬ଟା ପରେ ବନ୍ଦ ହେବ ଗୁଣ୍ଡିଚା ମନ୍ଦିର ପ୍ରବେଶ

by Shubham Kumar
0 comments

ପବିତ୍ର ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଶେଷ ସନ୍ଧ୍ୟା ଦର୍ଶନ କରିବାର ସୁଯୋଗ ପାଇବେ। ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିଛି।

ସନ୍ଧ୍ୟା ୬ଟା ପରେ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଦେଇ ସାଧାରଣ ଭକ୍ତଙ୍କ ପ୍ରବେଶ ବନ୍ଦ କରାଯିବ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବାହୁଡ଼ା ଯାତ୍ରା ପାଇଁ ଆବଶ୍ୟକ ପ୍ରସ୍ତୁତି ଏବଂ ନୀତିକାନ୍ତି ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି।

ସୂଚନା ଅନୁସାରେ, ସାଧାରଣ ଦର୍ଶନ ବନ୍ଦ ହେବା ପରେ ଗୁଣ୍ଡିଚା ମନ୍ଦିରର ଶୋଧ ବା ଶୁଦ୍ଧିକରଣ ନୀତି ସମ୍ପନ୍ନ କରାଯିବ। ଏହାପରେ ବାହୁଡ଼ା ଯାତ୍ରା ପୂର୍ବରୁ ହେବାକୁ ଥିବା ଅନ୍ୟାନ୍ୟ ପାରମ୍ପରିକ ନୀତିକାନ୍ତି ମନ୍ଦିର ପରିସରରେ ଅନୁଷ୍ଠିତ ହେବ।

ଏହି ସମସ୍ତ ନୀତି ଶେଷ ହେବା ପରେ ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ବାହୁଡ଼ା ଯାତ୍ରାରେ ରଥାରୂଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଫେରିବେ।

ଏପଟେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ସମସ୍ତ ଭକ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ନିୟମ ମାନିବାକୁ ଭକ୍ତମାନଙ୍କୁ ଅପିଲ କରାଯାଇଛି।

ପ୍ରଶାସନ କହିଛି, ଭକ୍ତମାନଙ୍କ ସହଯୋଗ ରହିଲେ ବାହୁଡ଼ା ଯାତ୍ରା ପୂର୍ବର ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇପାରିବ। ବାହୁଡ଼ା ଯାତ୍ରାକୁ ନେଇ ପୁରୀରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଛି।

You may also like

Leave a Comment