Home Odishaଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକଙ୍କୁ ଏନକାଉଣ୍ଟର

ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକଙ୍କୁ ଏନକାଉଣ୍ଟର

by Gulshan Pandey
0 comments

ଅପରାଧୀଙ୍କ ପ୍ରତି ଓଡ଼ିଶା ପୁଲିସର ଶୂନ୍ୟ ସହନଶୀଳତା ନୀତି । ଯାହା ଏବେ ସାରା ରାଜ୍ୟରେ ଦେଖିବାକୁ ମିଳୁଛି । ପୁଲିସର ଗୋଟିଏ ଫଣ୍ଡା ସୁଧୁରିଯାଅ ନହେଲେ ଗୁଳି ଖାଇବ । ମୁଖ୍ୟତଃ ପୁଲିସର ଏହି ନୀତି ବାଲିଅନ୍ତା ଭିଡ଼ ହତ୍ୟା ଘଟଣାପରେ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ନିର୍ଦ୍ଦେଶ ଅପରାଧୀଙ୍କୁ ଛାଡ଼ ନାହିଁ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଯେମିତି ପୁଲିସର ନିୟନ୍ତ୍ରଣ ରହିବ ସେଦିଗରେ ଯଦି ପୁଲିସକୁ ଏନକାଉଣ୍ଟର କରିବାକୁ ପଡ଼େ ତାହାଲେ ମଧ୍ୟ କରିପାରିବ । ବାଲିଅନ୍ତା ଘଟଣା ପରେ ମୁଖ୍ୟମନ୍ତ୍ରୀ ଡ଼ିଜିପି ଓ ମୁଖ୍ୟ ଶାସନ ସଚିବବଙ୍କ ସମେତ ବରିଷ୍ଠ ଏଧିକାରୀଙ୍କୁ ନେି କରିଥିବା ବୈଠକ ପରେ ମୁଖ୍ୟମନ୍ତ୍ରୀ ଗୋଟିଏ ନିର୍ଦ୍ଦେସ ଦେଇଥିଲେ ଯେ ଅପରାଧୀଙ୍କ ପ୍ରତି କୈଣସି ସହନଶୀଳତା ଆପଣାଯିବ ନାହିଁ । ତାହାପରେ ରାଜ୍ୟରେ ଦେଖିବାକୁ ମିଳିଛି ।

କେନ୍ଦୁଝର ସଦର ପୁଲିସ ମଙ୍ଗଳବାର ଭୋର ସମୟରେ ଏକ ଚଢ଼ାଉ ଅଭିଯାନରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକଙ୍କୁ ଏନକାଉଣ୍ଟର କରିଛି। ସେ ୪୦ରୁ ଅଧିକ ଡକାୟତି, ଚୋରି ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୁଲିସ କହିଛି। ଅଭିଯୁକ୍ତ ₹୮.୧୮ ଲକ୍ଷ ଟଙ୍କାର ସଶସ୍ତ୍ର ଡକାୟତିରେ ସମ୍ପୃକ୍ତି ସ୍ୱୀକାର କରିଥିଲେ। ପରେ ମହୁଲଡିହା ଜଙ୍ଗଲ ଅଞ୍ଚଳରେ ଲୁଚାଇ ରଖାଯାଇଥିବା ଟଙ୍କା ଏବଂ ଅନ୍ୟ ସାମଗ୍ରୀ ଉଦ୍ଧାର ସମୟରେ ସେ ଏକ ଦେଶୀ ବନ୍ଧୁକ ବାହାର କରି ପୁଲିସ ଉପରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି।

ଆତ୍ମରକ୍ଷା ପାଇଁ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା, ଯେଉଁଥିରେ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଥିଲେ। ପରେ ତାଙ୍କୁ କାବୁ କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ଓ ଡକାୟତି ସମ୍ପର୍କିତ ନଗଦ ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ବିଏନଏସ ଓ ଅସ୍ତ୍ର ଆଇନ ଅନୁଯାୟୀ ନୂଆ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଜାରି ରହିଛି।

You may also like

Leave a Comment