Home Featuredହୋଟେଲ ମାଲିକ ହତ୍ୟା ମାମଲାରେ ପୁରୀ ପୁଲିସର ଏନକାଉଣ୍ଟର, ଅଭିଯୁକ୍ତ ଆହତ

ହୋଟେଲ ମାଲିକ ହତ୍ୟା ମାମଲାରେ ପୁରୀ ପୁଲିସର ଏନକାଉଣ୍ଟର, ଅଭିଯୁକ୍ତ ଆହତ

by Gulshan Pandey
0 comments

ପୁରୀ: ବଳିଆପଣ୍ଡା ଥାନା ଅନ୍ତର୍ଗତ ମନୋରମା ହୋଟେଲର ମାଲିକ ପବିତ୍ର ନାୟକଙ୍କ ହତ୍ୟା ମାମଲାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ପୁରୀ ପୁଲିସ ଏନକାଉଣ୍ଟର କରିଛି। ଅଭିଯୁକ୍ତ ଚନ୍ଦନ କୁମାର ପଲାରଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଚିନ୍ମୟ ପଲାର ସହ ଅନ୍ୟ ଜଣେ ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତଲାସି ଓ ତଦନ୍ତ ଜାରି ରହିଛି। ଏହି ଘଟଣା ପରେ ହସ୍ପିଟାଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ବଳିଆପଣ୍ଡା ଅଞ୍ଚଳରେ ଥିବା ମନୋରମା ହୋଟେଲର ମାଲିକ ପବିତ୍ର ନାୟକଙ୍କୁ ଗତ ରାତିରେ ଦୁର୍ବୃତ୍ତମାନେ ଛୁରୀ ମାଡ଼ କରି ହତ୍ୟା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବଳିଆପଣ୍ଡା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ହସ୍ପିଟାଲକୁ ପଠାଯାଇଥିଲା।

ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ, ଏନକାଉଣ୍ଟର ପରେ ମାମଲାର ତଦନ୍ତ ଅଧିକ ତ୍ୱରାନ୍ୱିତ ହୋଇଛି। ପୁଲିସ ଫେରାର ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଆଶା କରାଯାଉଛି।

You may also like

Leave a Comment