18
ହାତୀ ସଂରକ୍ଷଣ ଓ ଜଙ୍ଗଲ ସୁରକ୍ଷା ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ ପାଳିତ ହୋଇଛି। ଏହି ଅବସରରେ ହାତୀଙ୍କ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଏବଂ ହାତୀଙ୍କ ବଂଶବୃଦ୍ଧି ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା।କାର୍ଯ୍ୟକ୍ରମରେ ନନ୍ଦନକାନନର ଅଧିକାରୀ, କର୍ମଚାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ସାମିଲ ହୋଇଥିଲେ। ହାତୀଶାଳରେ ଥିବା ହାତୀମାନଙ୍କୁ ତରଭୁଜ, ଆଖୁ, ନଡ଼ିଆ ଓ କଦଳୀ ଭଳି ଫଳ ଖାଇବାକୁ ଦିଆଯାଇଥିଲା। ହାତୀମାନେ ମଧ୍ୟ ଶୁଣ୍ଢ ଟେକି ଉପସ୍ଥିତ ଅତିଥି ଓ କର୍ମଚାରୀଙ୍କୁ ଅଭିବାଦନ ଜଣାଇଥିଲେ।
ହାତୀଙ୍କ ଯତ୍ନ ଓ ସେବାରେ ଉଲ୍ଲେଖନୀୟ ଭୂମିକା ନେଇଥିବା ମାହୁନ୍ତମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଏଥିସହ ଜଙ୍ଗଲ ଓ ହାତୀଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା।
ଦିବସ ଅବସରରେ ଅଧିକ ଗଛ ଲଗାଇବା, ଜଙ୍ଗଲ ସୁରକ୍ଷା କରିବା ଏବଂ ହାତୀଙ୍କ ସଂରକ୍ଷଣରେ ସହଯୋଗ କରିବା ପାଇଁ ଉପସ୍ଥିତ ସମସ୍ତେ ସଂକଳ୍ପ ନେଇଥିଲେ।
