Home Featuredରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୫ମ କିସ୍ତି, ୧ କୋଟିରୁ ଅଧିକ ମହିଳାଙ୍କୁ ଟଙ୍କା

ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୫ମ କିସ୍ତି, ୧ କୋଟିରୁ ଅଧିକ ମହିଳାଙ୍କୁ ଟଙ୍କା

by Sunita Jena
0 comments

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୮ ତାରିଖ ରାଖୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରାଯିବ। ଏଥିପାଇଁ ୧ କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ସିଧାସଳଖ ଅର୍ଥ ପଠାଯିବ।୫ମ କିସ୍ତି ପାଇଁ ମୋଟ ୧,୦୩,୨୬,୧୬୨ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ମୋଟ ୫,୧୬୦ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ପ୍ରଦାନ କରାଯିବ।

ଏହି ଅର୍ଥରାଶି ପ୍ରଦାନ ପ୍ରକ୍ରିୟାକୁ ସୁଚାରୁ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତିମୂଳକ ସମୀକ୍ଷା ବୈଠକ ହୋଇଛି। ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ, OCAC ଟିମ୍ ଏବଂ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଯୋଗ ଦେଇଥିଲେ।ବୈଠକରେ ହିତାଧିକାରୀଙ୍କ ତାଲିକା, DBT ପ୍ରକ୍ରିୟା, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ଅର୍ଥ ପ୍ରଦାନ ସମୟରେ ସମ୍ଭାବ୍ୟ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ DBT ପ୍ରକ୍ରିୟା ଶେଷ କରିବା ସହ ହିତାଧିକାରୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ଅଧିକାରୀ ଓ ବ୍ୟାଙ୍କ ପ୍ରତିନିଧିଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଖୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ମିଳିବାକୁ ଥିବାରୁ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

You may also like

Leave a Comment